ଗ୍ରାମବାସୀଙ୍କ ଆକ୍ରମଣରେ ୪ ପୁଲିସ କର୍ମଚାରୀ ଆହତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ଥାନା ବରକୋଡ଼ ଗାଁରେ ଗ୍ରାମବାସୀଙ୍କ ଆକ୍ରମଣରେ ୪ ଜଣ ପୁଲିସ କର୍ମଚାରୀ ଆହତ । ସୂଚନା ଅନୁସାରେ, ଦେଢ଼ମାସ ତଳେ ବାରମ୍ବାର ପାୱାର୍ କଟ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରି ଗ୍ରାମବାସୀ ବିଦ୍ୟୁତ୍ କର୍ମଚାରୀମାନଙ୍କୁ ଖରାରେ ବସାଇଥିଲେ ଏହି ଘଟଣାକୁ ନେଇ ବିଦ୍ୟୁତ୍ ବିଭାଗ ପକ୍ଷରୁ ଗ୍ରାମର କେତେକ ଲୋକଙ୍କ ନାଁରେ ଏତଲା ଦିଆଯାଇଥିଲା । ପୁଲିସ ଏହି ମାମଲାର ତଦନ୍ତ କରୁଥିବା ବେଳେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଗାଁରେ ପହଞ୍ଚିଥିଲା । ଏହା ଜଣାପଡ଼ିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗ୍ରାମବାସୀ ପୁଲିସକୁ ଆକ୍ରମଣ କରିବା ସହ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ । ଏଥିରେ ୪ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ଏସ୍‌ଆଇ ବିଷ୍ଣୁ ଚରଣ ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.