ସୁନାଖାଇ ପୋଲରୁ ତଳକୁ ଖସିଲା ବସ୍ : ୪୦ରୁ ଅଧିକ ଆହତ

ବୌଦ୍ଧ : ବୌଦ୍ଧ ବାମଣ୍ଡା ନିକଟ ସୁନାଖାଇ ପୋଲରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ମାନଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ବସ୍‌ଟି ଭୁବନେଶ୍ୱରରୁ ମାଲକାନଗିରି ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ଖବର ମିଳିଛି । ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି । ସୂଚନା ଅନୁସାରେ ମହାଦେବ ନାମକ ଘରୋଇ ବସ୍‌ ଭୁବନେଶ୍ଵରରୁ ମାଲକାନଗିରି ଅଭିମୁଖେ ଯାତ୍ରା କରୁଥିଲା । ଏଥିରେ ୬୦ରୁ ଅଧିକ ଯାତ୍ରୀ ଥିଲେ । ତେବେ ବିଳମ୍ୱିତ ରାତିରେ ବାମଣ୍ଡା ନିକଟରେ ସୁନାଖାଇ ପୋଲ ତଳକୁ ଖସିପଡିଥିଲା । ତେବେ ବସ୍‌ରେ ଥିବା ଯାତ୍ରୀଙ୍କ କହିବା ଅନୁସାରେ, ଗାଡ଼ି ଚଳାଉଥିବା ବେଳେ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିଲେ । ଫଳରେ ସେ ନିୟନ୍ତ୍ରଣ ହରାଇ ବସିବାରୁ ଗାଡ଼ିଟି ପୋଲ ତଳକୁ ଖସି ପଡ଼ିଥିଲା । ବସ୍‌ ଦୁର୍ଘଟଣା ପରେ ଡ୍ରାଇଭର ଓ କଣ୍ଡକ୍ଟର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ବୌଦ୍ଧ ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.