ଇଲେକ୍ସନ୍‌ ଡ୍ୟୁଟି ସାରି ଫେରୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ : ଜଣେ ପୋଲିସ କର୍ମଚାରୀ ଆହତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଇଲେକ୍ସନ୍‌ ଡ୍ୟୁଟିରେ ଲାଗିଥିବା ଏକ ଘରୋଇ ବସ୍ ମହାବୀର ଟ୍ରାଭେଲସ୍ ବସ୍‌ଟି ଛତ୍ରପୁର ଡି. ଆର୍‌. ଡି. ଏ. ଛକ ନିକଟରେ ଡିଭାଇଡର୍‌କୁ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି । ବସ୍‌ଟି ଇଲେକ୍ସନ୍‌ ଡ୍ୟୁଟି ସାରି ଭଞ୍ଜନଗରରୁ ଫେରୁଥିଲା । ସେଥିରେ ବସିଥିଲେ ୨୦ଜଣ ପୋଲିସ କର୍ମଚାରୀ । ପୋଲିସ କର୍ମଚାରୀଙ୍କୁ ଧରି ଛତ୍ରପୁର ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଏ । ପ୍ରକାଶ ଯୋଗ୍ୟ ଯେ’ ଛତ୍ରପୁର ଡି. ଆର୍‌. ଡି. ଏ. ଛକ ନିକଟରେ ବସ୍‌ଟି ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଫଳରେ ୨୦ ପୋଲିସ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସେ ଛତ୍ରପୁର ଉପଖଣ୍ଡ ହସ୍ପିଟାଲ୍‌ରେ ଚିକିତ୍ସା ହୋଇ ସେ ଘରକୁ ଫେରିଛନ୍ତି ବୋଲି ଜଣାପଡିଛି । ସୋମବାର ଇଲେକ୍ସନ୍‌ କାର୍ଯ୍ୟରେ ନିୟୋଜିତ ଥିବା ଏହି ବସ୍ ପୋଲିସ କର୍ମଚାରୀଙ୍କୁ ଧରି ଆଜି ଭୋରରୁ ଭଞ୍ଜନଗରରୁ ଛତ୍ରପୁର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଛତ୍ରପୁରଠାରେ ଚାଳକ ଭାରସାମ୍ୟ ହରାଇବାରୁ ବସ୍‌ଟି ଡିଭାଇଡ଼ର ସହ ଧକ୍କା ହୋଇଥିଲା । ସମସ୍ତେ ପ୍ରାୟ ରକ୍ଷା ପାଇଗଲେ ।

Leave A Reply

Your email address will not be published.