ସରକାରୀ ଜିପ୍‌ ସହ ଧକ୍କାରେ ୨ ଛାତ୍ର ଆହତ

ବୌଦ୍ଧ, (ବଂଶୀଧର ମାଝୀ): ବାଉଁଶୁଣୀ ମାଉଲିମୁଣ୍ଡା ଛକ ନିକଟ ମହାରାଜା ହୋଟେଲ ସାମ୍ନାରେ ଏକ ଜିପ୍‌ ସହ ବାଇକ ଧକ୍କା ହେବା ଫଳରେ ଦୁଇଜଣ ଛାତ୍ର ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ବ୍ଲକର ସରକାରୀ ଜିପ(ଓଡ଼ି୨୭ ୫୯୯୫) ମନମୁଣ୍ଡା ପଟରୁ ବୌଦ୍ଧ ଆଡକୁ ଆସୁଥିଲା । ଅନ୍ୟପଟେ ମା’ ମାହେଶ୍ୱରୀ +୨ କଲେଜ ବାଉଁଶୁଣୀ ଠାରେ ନାମ ଲେଖାଇ ଦୁଇ ଜଣ ଛାତ୍ର ଏକ ବାଇକ ଯୋଗେ ବିପରୀତ ଦିଗରୁ ଯାଉଥିଲେ । ୫୭ ନଂବର ରାଜପଥର ମାଉଲିମୁଣ୍ଡା ଛକ ନିକଟ ମହାରାଜା ହୋଟେଲ ସାମ୍ନାରେ ଜିପ ଓ ବାଇକ ମଧ୍ୟରେ ଆଜି ଅପରାହ୍ନ ସମୟରେ ଧକ୍କା ହୋଇଥିଲା । ଫଳରେ ବାଇକରେ ଥିବା ଛାତ୍ର ମୋହନ ଦୀପ (୧୭) ଓ ଆକାଶ କୁମ୍ଭାର (୨୦) ଗୁରୁତର ଆହତ ହୋଇଥିଲେ । ଉଭୟ ଛାତ୍ର ଶଗଡା ପଂଚାୟତ କନପା ଗ୍ରାମର ବୋଲି ଜଣା ପଡିଛି । ଆହତ ଦ୍ବୟଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରି ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.