ବସ୍‌‌ ଓଲଟି ୨୫ରୁ ଅଧିକ ଆହତ

ବାଲିଗୁଡା : ପର୍ଯ୍ୟଟକ ବସ୍‌‌ ଓଲଟି ୨୫ରୁ ଅଧିକ ଆହତ । ବ୍ରାହ୍ମଣୀଗାଁ ଥାନା ମହାଗଡି ନିକଟ ବୁଲାଣି ରାସ୍ତାରେ ବୁଧବାର ଏହି ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ବ୍ରାହ୍ମଣୀଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପଶ୍ଚିମବଙ୍ଗରୁ ଦାରିଙ୍ଗବାଡି ବୁଲିବାକୁ ପର୍ଯ୍ୟଟକମାନେ ଆସିଥିଲେ । ଦାରିଙ୍ଗବାଡିରୁ ଗୋପାଳପୁର ଅଭିମୁଖେ ଯିବା ବେଳେ ଏହି ବସ୍‌‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Leave A Reply

Your email address will not be published.