ପର୍ଶୁପାଲି, ମୁରସିଂରେ ବୁଲା କୁକୁର ଆତଙ୍କ : ୮ ଆହତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ କୁତୁର୍ଲା ପଞ୍ଚାୟତ ମୁରସିଂ ଗାଁରେ ବୁଧବାର ଏକ ପାଗଳ କୁକୁର କାମୁଡ଼ାରେ ୮ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ ମଧ୍ୟରେ ମୁରସିଂ ଗାଁର ୩ଜଣ ଏବଂ ପର୍ଶୁପାଲି ଗାଁର ୨ଜଣ ମହିଳା, ୩ଜଣ ପୁରୁଷ ରହିଛନ୍ତି । ସେହିପରି ଗୋଟିଏ ଛେଳିକୁ ମଧ୍ୟ କୁକୁର କାମୁଡ଼ି ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.