ଘାଟୀ ତଳକୁ ଖସିଲା କାର, ଜଣେ ଆହତ

ଦେବଗଡ଼ : ଭାରସାମ୍ୟ ହରାଇ ଘାଟୀ ତଳକୁ ଖସିଲା କାର୍ । ମଙ୍ଗଳବାର ଭୋର ସମୟରେ ୫୩ ନମ୍ବର ଜାତୀୟ ରାଜପଥର ଦେବଗଡ଼-କୁଚିଣ୍ଡା ରାସ୍ତାରେ ଢୁଡିଖୋଳ-ବିଜାଡିହି ଗ୍ରାମ ମଧ୍ୟବର୍ତ୍ତୀ ଘାଟୀରେ ଏକ କାର୍ ଭାରସାମ୍ୟ ହରାଇ ଖସି ପଡ଼ିଛି । ଫଳରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ସୂଚନାନୁଯାୟୀ, ଆହତ ବ୍ୟକ୍ତି ଜଣକ ହେଲେ ତାଳଚେର ହାଣ୍ଡିଧୂଆଁ ଅଞ୍ଚଳର ରାଜା ସାହୁ । ଆହତ ରାଜା ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ କାରରେ ଯାଉଥିବା ବେଳେ ଢୁଡିଖୋଳ-ବିଜାଡିହି ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । କାରଟି ଘାଟୀ ରାସ୍ତାରୁ ଚାଳିଶ ଫୁଟ ତଳକୁ ଖସିପଡିଥିଲା । ଫଳରେ ରାଜା ଆହତ ହୋଇଥିବା ବେଳେ ଅନ୍ୟ ବ୍ୟକ୍ତି ଜଣକ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଖବରପାଇ ସାଙ୍ଗସାଥି ତାଳଚେରରୁ ଆସି ଘଟଣାସ୍ଥଳରେ ପହଞ୍ଚି ଆହତ ରାଜାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଦେବଗଡ଼ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଇଛି ।

Leave A Reply

Your email address will not be published.