ବଲାଙ୍ଗିର, (କେପଏନ୍ଏସ୍) : ଧାରୁଆ ଅସ୍ତ୍ରରେ ଖୁଡିଙ୍କୁ ଆକ୍ରମଣ କଲା ପୁତୁରା । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଚାଉଳିଆ ଗ୍ରାମରେ । ପାରିବାରିକ ବିବାଦରୁ ମଦ୍ୟପ ପୁତୁରାଙ୍କ ଏଭଳି ଉତ୍ପାତ ଦେଖିବାକୁ ମିଳିଛି । ଖବର ଅନୁସାରେ ଚାଉଳିଆର ସୁଶିଳା ବନଛୋର ଗାଁ ବସ୍ତିରୁ ଘରକୁ ଯାଉଥିବା ବେଳେ ସେହି ସମୟରେ ତାଙ୍କ ପୁତୁରା ଶଶୀଧର ବନଛୋର ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଧାରୁଆ ଅସ୍ତ୍ରରେ ଆକ୍ରମଣ ଯୋଗୁଁ ସୁଶିଳାଙ୍କ ହାତ ଓ ମୁହଁରେ ଆଘାତ ଲାଗିଥିବା ବେଳେ ଅଧିକ ମାତ୍ରାରେ ରକ୍ତସ୍ରାବ ହୋଇଥିବା ଜଣାପଡ଼ିଛି । ତେବେ ଆହତ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବାରୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ରହିଛି ।