ମିନି ବସ୍‌କୁ ଧକ୍କା ଦେଲା ହାଇୱା : ୧୬ ଯାତ୍ରୀ ଆହତ

ବିନିକା : ଜଗନ୍ନାଥ ଦର୍ଶନ ପାଇଁ ଯାଉଥିଲେ । ମିନି ବସ୍‌କୁ ଧକ୍କା ଦେଲା ହାଇୱା । ରବିବାର ବିଳମ୍ଵିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ଝିଙ୍କି କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ଏହି ଦୁର୍ଘଟଣା ଘଟିଛି । ଫଳରେ ୧୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ସାଗରପାଲି ଗାଁରୁ କିଛି ଯାତ୍ରୀ ଏକ ମିନି ବସ୍ ଯୋଗେ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ବାହାରିଥିଲେ । ରବିବାର ବିଳମ୍ଵିତ ରାତିରେ ସୁବର୍ଣ୍ଣପୁର ସହର ଝିଙ୍କି କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ଏକ ହାଇୱା ଧକ୍କା ଦେଇଥିଲା । ଫଳରେ ମିନି ବସ୍‌ରେ ଥିବା ୧୬ ଜଣ ଯାତ୍ରୀ ଆହତ ହୋଇଥିଲେ । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

jittmm
Leave A Reply

Your email address will not be published.