oom

ନୃସିଂହନାଥରେ ମାର୍ବଲ ପଥରରେ ଖସି ବୃଦ୍ଧା ଆହତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲଗାଣ ବର୍ଷାକୁ ଝିଝି ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ । ପାଇକମାଲ ବ୍ଲକ ନୃସିଂହନାଥ ପୀଠରେ ସୋମବାର ମାର୍ବଲ ପଥରରେ ଖସି ପଡି ବୃଦ୍ଧା ଗୁରୁତର । ସୂଚନା ଯୋଗ୍ୟ, ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା କିଛି ଶ୍ରଦ୍ଧାଳୁ ବାଳ ପକାଇବା ପାଇଁ ନୃସିଂହନାଥ ପୀଠକୁ ଆସିଥିଲେ । ସେଥି ମଧ୍ୟରେ ଜଣେ ବୃଦ୍ଧା ନିରାଶ ପ୍ରଧାନ (୫୯) ନୃସିଂହନାଥ ମନ୍ଦିରରେ ଲାଗିଥିବା ମାର୍ବଲରେ ଯାଉଥିବା ସମୟରେ ବର୍ଷା ହେତୁ ଖସି ପଡ଼ିଥିଲେ ଯାହାଫଳରେ ସେହି ବୃଦ୍ଧା ଆହତ ହୋଇପଡିବାରୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ପାଇକମାଲ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଆଶୁ ଚିକିତ୍ସା ପରେ ପଦ୍ମପୁର ଡାକ୍ତରଖାନାକୁ ନେଇଥିବା ଜଣାପଡିଛି । ବର୍ଷା ହେତୁ ସେହି ବାଟରେ ଯାଉଥିଲେ ସ୍ଳିପ ଯୋଗୁଁ ବୟସ୍କ ଶ୍ରଦ୍ଧାଳୁମାନେ ପଡିଯିବାର ସମ୍ଭାବନା ରହିଛି । ଏଣୁ ମନ୍ଦିର କତୃପକ୍ଷ ମାର୍ବଲ ଉପରେ ପ୍ଳାଷ୍ଟିକ ମେଟ୍ ପକାଇବାକୁ ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି ।

jittmm
Leave A Reply

Your email address will not be published.