
ବୌଦ୍ଧ : ବୌଦ୍ଧ ଥାନା ଖୁଣ୍ଟବନ୍ଧ ନିକଟରେ ଶନିବାର ଦିନ ପ୍ରାୟ ୧୧ ଟାରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ଡ୍ରାଇଭର ସିଦ୍ଧେଶ୍ୱର ରାଓ ଆହତ ହୋଇଛନ୍ତି । ସୂଚନା ମୁତାବକ, ତେଲେଙ୍ଗାନା ରାଜ୍ୟରୁ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ବୌଦ୍ଧ ଆସୁଥିବା ବେଳେ ଆଗ ଚକ ଫାଟି ଯାଇଥିଲା । ଚକ ଫାଟିବାରୁ ଭାରସାମ୍ୟ ହରାଇ ରାସ୍ତା କଡର ଦୁଇଟି ଗଛକୁ ଧକ୍କା ଦେଇ ଟ୍ରକ୍ଟି ଓଲଟି ପଡିଥିଲା । ଫଳରେ ଡ୍ରାଇଭର ସିଦ୍ଧେଶ୍ୱର ରାଓ ଆହତ ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନା ପଠାଇଥିଲେ । ଏ ସମ୍ପର୍କରେ ଖବର ପାଇ ଜହ୍ନାପଙ୍କ ଫାଣ୍ଡି ଅଧିକାରୀ ପ୍ରାଣବନ୍ଧୁ ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।