oom

କାର୍‌ – ବାଇକ୍‌ ମୁହାଁମୁହିଁ ଧକ୍କା : ଜଣେ ଗୁରୁତର, ୨ ଆହତ

jsmm

କଟକ : କଟକ ସାଲେପୁର ମୁଖ୍ୟ ରାସ୍ତା ନାନ୍ଦୋଳ ଗଡା ପେଟ୍ରୋଲ ଟାଙ୍କି ନିକଟରେ ଦୁର୍ଘଟଣା । କାର୍‌ ଏବଂ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ଜଣକ ହେଉଛନ୍ତି ଜପକୁଦ ଫାଣ୍ଡି ଗରୁଡ଼ପୁର ଗାଁର ପଦ୍ମଲୋଚନ ବେହେରା ବୋଲି ଜଣା ପଡ଼ିଛି । ସୂଚନା ମୁତାବକ, ଶନିବାର ବିଳମ୍ୱିତ ରାତିରେ ତିନି ଜଣ ଯୁବକ ଏକ ବାଇକ୍ ଯୋଗେ ସାଲେପୁରରୁ ଫେରୁଥିବା ସମୟରେ କଟକରୁ ସାଲେପୁର ଅଭିମୁଖେ ଏକ କାର୍‌ ଆସୁଥିଲା । ଏହି ସମୟରେ ନାନ୍ଦୋଳ ଗଡା ପେଟ୍ରୋଲ ଟାଙ୍କି ନିକଟରେ ଉଭୟ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲେ । ଫଳରେ ତିନି ଜଣଙ୍କ ମଧ୍ୟରୁ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଥିଲେ । ସମସ୍ତଙ୍କୁ ପ୍ରଥମେ ସାଲେପୁର ମେଡିକାଲ ଅଣାଯାଇଥିଲା । ପରେ ଗୁରୁତର ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏସମ୍ପର୍କରେ ଖବର ପାଇ ପୁଲିସ ଗାଡ଼ିକୁ ଜବତ କରିବା ସହ ତଦନ୍ତ କରୁଛି ।

jittmm
Leave A Reply

Your email address will not be published.