ଅଗ୍ନିପଥ ଯୋଜନା ନିମନ୍ତେ ଅନୁଷ୍ଠିତ ହେବ ନିଯୁକ୍ତି ପ୍ରକ୍ରିୟା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆର୍ମି ରିକ୍ୱାରମେଣ୍ଟ ଅଫିସ, ଗୋପାଳପୁର ଜଣାଇଛନ୍ତି ଯେ, ଦକ୍ଷିଣାଞ୍ଚଳର ୧୦ଟି ଜିଲ୍ଲା ଯଥା ବୌଦ୍ଧ, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡା ପ୍ରଭୃତି ଜିଲ୍ଲାର ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରେ ୦୧ ନଭେମ୍ବର ୨୦୨୨ ତାରିଖ ଠାରୁ ୦୭ ନଭେମ୍ବର ୨୦୨୨ ତାରିଖ ପର୍ଯ୍ୟନ୍ତ ଅଗ୍ନିପଥ ଯୋଜନାରେ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଏଣୁ ଯୋଗ୍ୟ ପ୍ରାର୍ଥୀମାନେ ଏହି ୱେବସାଇଟ www.joinindianarmy.nic.inରେ ଲଗ୍ ଇନ କରି ଅଧିକ ସୂଚନା ପାଇ ପାରିବେ । ଏଥି ପାଇଁ ଅନଲାଇନ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ ଅଟେ । ଏହା ୦୫ ଅଗଷ୍ଟ ୨୦୨୨ ରୁ ୦୩ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରା ଯାଇଛି । ରାଲି ଆରମ୍ଭ ହେବାର ୧୫ ଦିନ ପୂର୍ବରୁ ପ୍ରାର୍ଥୀଙ୍କର ଏଡମିଟ କାର୍ଡ(ପ୍ରବେଶ ପତ୍ର) ରେଜିଷ୍ଟାର୍ଡ ଇ-ମେଲ ଜରିଆରେ ପଠାଯିବ ବୋଲି ଆର୍ମି ରିକ୍ୱାରମେଣ୍ଟ ଅଫିସର, ଗୋପାଳପୁର ଜଣାଇଛନ୍ତି ।

jittmm
Leave A Reply

Your email address will not be published.