
ଦଶରଥପୁର : ଦଶରଥପୁର ତହସିଲ ଅନ୍ତର୍ଗତ କମାରଢ଼ିହି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ପୋଡି ପାଉଁଶ ହୋଇଯାଇଛି ଗୁହାଳ ଘର । ଗୁହାଳରେ ବନ୍ଧା ହୋଇଥିବା ୩ ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ ପଡୋଶୀଙ୍କ ଗୁହାଳ ଭିତରୁ ୨ ଟି ଗାଈଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ଗୁରୁତର ଗାଈଙ୍କୁ ପଶୁ ଡାକ୍ତରଖାନା ନେବାକୁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ତେବେ ଆଗ୍ନିକାଣ୍ଡ କାରଣ ଅସ୍ପଷ୍ଟ ରହିଛି ।