centurian jitm

କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ

nschool

ରାୟଗଡ଼ା : ରାୟଗଡ଼ା ରେଳଷ୍ଟେସନ ଠାରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ବିଶାଖାପାଟଣା ଠାରୁ ଆସି ରାୟଗଡ଼ା ରେଳଷ୍ଟେସନ ଠାରେ ଠିଆ ହୋଇଥିବା ବେଳେ ହଠାତ୍ ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିଲା । ରେଳଷ୍ଟେସନ କର୍ତ୍ତୃପକ୍ଷ ଏହା ଜାଣିବା ପରେ ଦମକଳ ବାହିନୀକୁ ସୂଚନା ଦେଇଥିଲେ । ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ନିଆଁ ଆୟତ ହୋଇଥିବା ଜଣାପଡିଛି । ତେବେ ସୋଭାଗ୍ୟ ବଶତଃ ନିଆଁ ଅଧିକ ବ୍ୟାପି ନାହିଁ । ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡ଼ି ନାହିଁ ।

Leave A Reply

Your email address will not be published.