ସାଇକେଲ ଗୋଦାମରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ରାଧାରାଣୀପଡାରେ ଏକ ସାଇକେଲ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାଇକେଲ ଓ ଟାୟାର ନଷ୍ଟ ହୋଇଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ ରାଧାରାଣୀପଡାର ରାଜେଶ ଅଗ୍ରୱାଲ ତାଙ୍କ ଘରେ ନିଜେ ସାଇକେଲ ଗୋଦାମ କରିଛନ୍ତି । କୌଣସି କାରଣରୁ ନିଆଁ ଲାଗି ଶ୍ରୀ ଅଗ୍ରୱାଲ ରହୁଥିବା ଉପର ଘରକୁ ମଧ୍ୟ ନିଆଁ ଲାଗି ଯାଇଥିଲା । ଭୟରେ ପରିବାର ଲୋକେ ଛାତ ଉପରକୁ ଚଢି ଆସିଥିଲେ । ତେବେ ଗୋଦାମରେ ଅତ୍ୟଧିକ ଟାୟାର ଥିବାରୁ ନିଆଁ ଅତିଶୀଘ୍ର ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି । ପରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ଏବଂ ଛାତ ଉପରେ ଥିବା ପରିବାର ଲୋକଙ୍କୁ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.