ସ୍ୟାଣ୍ଡୱିଚ ତିଆରି କରୁଥିବା ବେଳେ ବେକେରୀ ଦୋକାନରେ ଭୟାବହ ଅଗ୍ନିକାଣ୍ଡ

ଟିଟିଲାଗଡ଼ : ଟିଟିଲାଗଡ଼ ସହରର ପୁରୁଣା ଷ୍ଟେଟବ୍ୟାଙ୍କ ଛକସ୍ଥିତ ବେକେରୀ ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ସୂଚନା ଅନୁସାରେ ଗତରାତି ସଂଧ୍ୟା ୭ଟାରେ ସ୍ୟାଣ୍ଡୱିଚ ତିଆରି କରୁଥିବା ବେଳେ କୌଣସି କାରଣରୁ ଓଭନରେ ସର୍ଟସାର୍କିଟରୁ ସେଠାରେ ଥିବା ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା ଓ ଭୟାବହ ଅଗ୍ନିକାଣ୍ଡର ରୂପ ନେଇଥିଲା । ତୁରନ୍ତ ଅଗ୍ନିଶମ ବାହିନୀ ଓ ପୁଲିସକୁ ସୂଚନା ଦିଆଯାଇଥିଲା । ଖବରପାଇ ପୁଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ତେବେ କେତେ ପରିମାଣରେ କ୍ଷତି ହେଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.