ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୪ ବଖରା ଘର, ୧ ଗୁହାଳ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ସଦର ଥାନା ସାରିଆପଡ଼ା ଗ୍ରାମରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସାରିଆପଡ଼ା ଗ୍ରାମର ନଟବର ନାୟକଙ୍କ ପରିବାର ଲୋକେ ରାତି ଶୋଇଥିବା ସମୟରେ କୌଣସି କାରଣ ବଶତଃ ସଟ୍‌ ସାର୍କିଟ ଯୋଗୁଁ ଘରେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ୪ବଖରା ଘର ଓ ଗୁହାଳ ପୋଡ଼ି ଯାଇଥିବା ଜଣାପଡ଼ିଛି । ଘରେ ଥିବା ସମସ୍ତ ଆସବାବ ପତ୍ର ସହ ଗୁହଳରେ ବନ୍ଧା ହୋଇଥିବା ବାଛୁରୀ ଜୀବନ୍ତ ଦଗ୍ଧ ହୋଇଯାଇଛି । ଖବର ପାଇ ଢେ଼ଙ୍କାନାଳ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Leave A Reply

Your email address will not be published.