ଉପଜିଲ୍ଲାପାଳଙ୍କ ଅଫିସ ନିକଟରେ ଅଗ୍ନିକାଣ୍ଡ : ୩ ଦୋକାନ ଛାରଖାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାଗରପଡ଼ା ଉପଜିଲ୍ଲାପାଳଙ୍କ ଅଫିସ ନିକଟ ଛକରେ ଅଗ୍ନିକାଣ୍ଡ ଘଟି ତିନି ଦୋକାନ ଛାରଖାର ହୋଇଯାଇଛି । ଗୋଟିଏ ଟାୟାର ଦୋକାନ ଓ ଦୁଇ ଉଠା ଦୋକାନର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଆଜି ସକାଳୁ ଦୋକାନରେ ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବା ପରେ ପାଖରେ ଥିବା ଅନ୍ୟ ଦୋକାନଗୁଡ଼ିକ ନିଆଁ ଦାଉରୁ ରକ୍ଷା ପାଇଯାଇଥିଲା । କୌଣସି ଦୁର୍ବୃତ୍ତ ନିଆଁ ଲଗାଇଥିବା ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି ।

Leave A Reply

Your email address will not be published.