ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଭାକୁରୁଗୁଡା ନିକଟରେ ଥିବା ସତ୍ୟମ ପ୍ୟାକର୍ସ ଆଣ୍ଡ ମୁଭର୍ସ ନାମକ ଏକ ଘରଇ କାରଭୋର୍ଡ ନିର୍ମାଣ କମ୍ପାନୀରେ ଅଗ୍ନିକାଣ୍ଡ ହୋଇ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡିଛି । ଉକ୍ତ ଘଟଣାରେ ଦମକଳବାହିନୀ ସମେତ ଜେକେ କାଗଜ କଳ ଏବଂ ଉତ୍କଳ ଆଲୁମିନାର ଦମକଳ ଆସି ନିଆଁକୁ ଆୟତ କରିଥିଲେ । ଏହି ଅଗ୍ନିକାଣ୍ଡରେ କାରବୋର୍ଡ ପ୍ରସ୍ତୁତି ପାଇଁ ବ୍ୟବହୃତ ହେଉଥିବା କେମିକାଲ ଡବା କାଗଜ ରୋଲ ସମେତ ଅନେକ ପ୍ଲାଷ୍ଟିକ ସାମଗ୍ରୀ ଜଳି ନଷ୍ଟ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି । ଘଟଣା ସ୍ଥଳରେ ଏଫ୍ଓ ରମେଶ ଚନ୍ଦ୍ର ବେହେରା କେଉଁ କାରଣରୁ ନିଆଁ ଲାଗିପାରେ ତାହା ତଦନ୍ତ କରୁଥିବା ଅନୁମାନ କରାଯାଉଛି ।
Next Post