ସମ୍ବଲପୁର : ମାଁ- ଝିଅ ଜୀବନ୍ତ ଦଗ୍ଧ । ନିଆଁରେ ପୋଡ଼ି ମାଁ- ଝିଅଙ୍କ ମୃତ୍ୟୁ ହୋଇଛି । ସମ୍ବଲପୁର ମାନେଶ୍ଵର ଅନ୍ତର୍ଗତ ହାଟପଦାର ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ, ସମ୍ବଲପୁର ମାନେଶ୍ଵର ଅନ୍ତର୍ଗତ ହାଟପଦାର ନିକଟରେ ଥିବା ଏକ ଘରେ ମାଁ-ଝିଅ ରାତିରେ ଖାଇସାରି ଶୋଇଥିଲେ । ବିଳମ୍ବିତ ରାତିରେ ହଠାତ୍ ଘରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ଘରେ ଶୋଇଥିବା ଅବସ୍ଥାରେ ମାଁ-ଝିଅଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ମାଁ ହେଲେ ସ୍ନେହଲତା ଦୀକ୍ଷିତ (୯୦) ଓ ଝିଅ ସୈରେନ୍ଦ୍ରି ଦୀକ୍ଷିତ (୬୨) । ଅଗ୍ନିକାଣ୍ଡ ସଂପର୍କରେ ଖବର ପାଉ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ତେବେ ନିଆଁ କେମିତି ଲାଗିଲା ତାହା ଅସ୍ପଷ୍ଟ ରହିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜଣାପଡିଛି ।