ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ଅଗ୍ନିକାଣ୍ଡ

ଗଞ୍ଜାମ : ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ଅଗ୍ନିକାଣ୍ଡ । ଜଳିଗଲା ୧୫ରୁ ଅଧିକ ପରିବା ଦୋକାନ । ଲକ୍ଷାଧିକ ଟଙ୍କାର ପନିପରିବା ଇଲେଟ୍ରୋନିକ ସରଞ୍ଜାମ ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ଏଭଳି ଅଗ୍ନିକାଣ୍ଡ ଘଟିଛି । ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ୨ଟା ସମୟରେ ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ନିଆଁ ଲାଗିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ପ୍ରଥମେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚରିଥିଲେ । ପରେ ଆସିକା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ଟିମ୍‌ ଆସି ନିଆଁକୁ ଆୟତ୍ତ କରିଥିଲା । ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଦଶହରା ପୂଜା ଥିବାରୁ ପ୍ରତ୍ୟେକ ଦୋକାନରେ ପୂଜା ପାଠ ପାଇଁ ଦୀପ ପ୍ରଜ୍ଵଳନ ହୋଇଥିଲା । ତେବେ ଦୀପ ନିଆଁରୁ ଏହି ଅଗ୍ନକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.