oom

ସର୍ଟ ସର୍କିଟ୍ ଯୋଗୁଁ ବ୍ଲକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

jsmm

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ସକାଳେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଯାଇଥିବା ବ୍ଲକ କାର୍ଯ୍ୟାଳୟ ତରଫରୁ କୁହାଯାଇଛି । ଅଗ୍ନିକାଣ୍ଡରେ ବ୍ଲକର ବହୁ ଗୁରୁତ୍ଵପୂର୍ଣ୍ଣ ଫାଇଲ ସହିତ କମ୍ପ୍ୟୁଟର ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବ୍ଲକ କାର୍ଯ୍ୟାଳୟ ଉପର ମହଲାରେ ଥିବା ବିପିସି ରୁମ୍‌ରେ ସକାଳୁ ସକାଳୁ ନିଆଁ ଲାଗିଥିଲା । ସେଠାରୁ ପ୍ରଚୁର ଧୂଆଁ ବାହାରୁଥିବା ଦେଖି ସମସ୍ତେ ଘଟଣାସ୍ଥଳରେ ପହଁଚିଥିଲେ । ଖବର ପାଇ ହରଭଙ୍ଗା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଦମକଳ ସାହାଯ୍ୟରେ ନିଆଁକୁ ଲିଭାଇବାକୁ ଉଦ୍ୟମ କରିଥିଲା । ଅଗ୍ନିକାଣ୍ଡରେ ପି. ଏମ୍‌. ୱାଇ ଫାଇଲ ସବୁ ପୋଡିଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବା ବେଳେ ଖୁବ୍‌ ଶୀଘ୍ର ଏହାର ତଦନ୍ତ କରାଯିବ ବୋଲି ବିଡିଓ ଶରତ କୁମାର ସେଠୀ କହିଛନ୍ତି । କିନ୍ତୁ କଥାଟା ସହଜରେ ବ୍ଲକବାସୀ ହଜମ କରିପାରୁ ନଥିବା ଜଣାପଡିଛି । କାରଣ ପୂର୍ବ ସରକାର ସମୟରେ ଏହି କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ପଲଟିଥିବା ଅଭିଯୋଗ ହୋଇଥଲା ଓ ତାଙ୍କ ବିନାଅନୁମତିରେ କୋଟି ଟଙ୍କାର ବିଲ୍‌ କରାଯାଇଥିବା ନିଜେ ବ୍ଲକ୍ ଅଧ୍ୟକ୍ଷା ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ଏଥିପାଇଁ ଫାଇଲ ପୋଡ଼ି ସତକୁ ସତ ସର୍ଟ ସର୍କିଟ ଯୋଗୁଁ ହୋଇଛି ନା ସରକାର ବଦଳିଯିବା ପରେ କାର୍ଯ୍ୟାନୁଷ୍ଠାନ ଭୟରେ ପୂର୍ବ ଦୁର୍ନୀତିର ପୋଡ଼ି ଗୁଡ଼ିକ ପୋଡ଼ିଦେଇ ନଷ୍ଟ କରିଦିଆଯାଇଛି ତାହା ଉଚ୍ଚ ସ୍ତରୀୟ ତଦନ୍ତ କଲେ ଜଣାପଡ଼ିବ ବୋଲି ସର୍ବ ସାଧାରଣରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.