om academy

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ

jsm

ସୁନ୍ଦରଗଡ଼ : ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ । ଜଳିଗଲା ମସଲା ଦୋକାନ । ଖବର ଅନୁଯାୟୀ ସହରର ମୁଖ୍ୟ ରାସ୍ତାରେ ଥିବା ଏକ ମସଲା ଦୋକାନରୁ ନିଆଁ ବାହାରୁଥିବା ଲୋକେ ଦେଖିଥିଲେ । ଏହା ପରେ ସ୍ଥାନୀୟଲୋକେ ତୁରନ୍ତ ଦୋକାନୀଙ୍କୁ ଖବର ଦେଇଥିଲେ । ଦୋକାନୀ ଆସି ସଟର ଖୋଲି ଦେଖିବା ବେଳକୁ ଦୋକାନରେ ଥିବା ଅନେକ ସାମଗ୍ରୀ ନିଆଁ ଲାଗି ପୋଡି ପାଉଁଶ ହୋଇଯାଇଛି । ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡିଯାଇଥିବା ଅନୁମାନ କରାଯାଉଛି । ତେବେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ନିଆଁ ଲାଗିଥିବା ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା । ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲା ଅଗ୍ନିଶମ ବାହିନୀ ।

Leave A Reply

Your email address will not be published.