ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ସଦର ମହକୁମା(ବସ୍ତି)ର ଧନମତ ଛୁରାଙ୍କ ଘରେ ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ନିଆଁରେ ୭୦ ହଜାର ଟଙ୍କା ସହ ଘରର ବହୁ ଆସବାବପତ୍ର ପୋଡି ଛାରଖାର ହୋଇଯାଇଛି । ଘଟଣାସ୍ଥଳରେ ମୁରିବାହାଲ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳକୁ ଘରେ ଥିବା ସମସ୍ତ ଜିନିଷପତ୍ର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି ।

ସୂଚନା ମୁତାବକ, ଆଜି ସକାଳୁ ହଠାତ୍‌ କୌଣସି କାରଣରୁ ସର୍ଟସର୍କିଟ୍‌ ହୋଇ ଧନମତଙ୍କ ଘରେ ନିଆଁ ଲାଗିଯାଇଥିଲା । ପରିବାର ଲୋକେ ନିଆଁକୁ ଆୟତ୍ତ କରିପାରିନଥିଲେ । ଦମକଳ ବାହିନୀକୁ ଖବର ଦେବା ପରେ ସେମାନେ ପହଞ୍ଚି ବହୁ ଉଦ୍ୟମ କରି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ଘରର ବହୁ ଜିନିଷପତ୍ର ପୋଡି ପାଉଁଶ ଯାଇଥିଲା । ମୁରିବାହାଲ ତହସିଲଦାର ଆରଆଇଙ୍କୁ ପଠାଇ ତଦନ୍ତ କରିବା ପରେ ସରକାରୀ ସହାୟତା ଯୋଗାଇଦେବାକୁ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି । ମୁରିବାହାଲ ଦମକଳ ବାହିନୀର ସମସ୍ତ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିଲେ ।

Leave A Reply

Your email address will not be published.