ବେରବୋଇ ମେଳଣରେ ଅଘଟଣ : ଗଛ ପଡି ଦୋଳବେଦୀ ଭାଙ୍ଗିଲା, ଜଣେ ଆହତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ବେରବୋଇ ବଜାର ନିକଟସ୍ଥ ମେଳଣ ପଡିଆରେ ଏକ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି । ବହୁ ପୁରାତନ ବରଗଛ ଉପୁଡି ପଡିବାରୁ ଜଣେ ଲୋକ ଆହତ ହେବା ସହିତ ରାଧା ମୋହନ ଦେବଙ୍କ ଦୋଳବେଦୀ ଭାଙ୍ଗି ଯାଇଛି । ଆଜି ଠାକୁରଙ୍କ ମେଳଣ ଉତ୍ସବ ପାଇଁ ମେଳଣ ପଡିଆରେ ଭିଡ ଜମିଥିବା ବେଳେ ବଡ ଅଘଟଣରୁ ଅଳ୍ପକେ ରକ୍ଷା ମିଳିଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଗଛ ପଡି ଦୋଳବେଦୀ ଭାଙ୍ଗିଯିବା ସହ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିଟି ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ଦୋଳବେଦୀ ନିକଟରେ ବେରବୋଇ ଗ୍ରାମର ବିଜୟ କୁମାର ରଥ ବସିଥିବା ବେଳେ ସେ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ଲୋକମାନେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ଖବର ପାଇ ଡେଲାଙ୍ଗରୁ ଦମକଳ ବାହିନୀ ପହଂଚି ଗଛଟିକୁ ବିପଦ ସଙ୍କୁଳ ଅବସ୍ଥାରୁ କାଟି ସୁରକ୍ଷିତ ସ୍ଥାନରେ ରଖିଥିବା ଅଗ୍ନିଶମ ବାହିନୀ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.