ଔଷଧ କିଣି ଘରକୁ ଫେରୁଥିବା ବେଳେ ଘଟିଲା ଅଘଟଣ : ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର : ଔଷଧ କିଣି ଆସୁଥିବା ବେଳେ ଘଟିଲା ଅଘଟଣ । ଦୁର୍ଘଟଣାରେ ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଖବର ମଳିଛି । ସୂଚନା ଅନୁସାରେ ଶ୍ୟାମ ମୁଣ୍ଡା ଏବଂ ପିଣ୍ଟୁ ମୁଣ୍ଡା ଆଜି ଔଷଧ ଦୋକାନରୁ ଘରକୁ ବାଇକ ମାଧ୍ୟମରେ ଫେରୁଥିଲେ । ହେଲେ ତେଲକୋଇ ଥାନାର କରଦାଙ୍ଗି ଗ୍ରାମର ଘୁରୁଡିଆ ପୋଲରେ ଭାରସାମ୍ୟ ହରାଇ ପୋଲ ଉପରେ ଥିବା ପିଲରରେ ପିଟି ହୋଇ ପୋଲ ତଳକୁ ଖସି ପଡିଥିଲେ ଦୁହେଁ । ଫଳରେ ଘଟଣା ସ୍ଥଳରେ ଶ୍ୟାମ ମୁଣ୍ଡାଙ୍କର ମୃତ୍ୟୁ ହୋଇ ଯାଇଥିଲା ଏବଂ ପିଣ୍ଟୁ ମୁଣ୍ଡା ଗୁରୁତର ଅବସ୍ଥାରେ ପଡି ରହିଥିଲେ । ଗ୍ରାମର ଲୋକମାନେ ଆମ୍ବୁଲାନ୍ସ ଡାକି ପିଣ୍ଟୁଙ୍କୁ ପ୍ରଥମେ ତେଲକୋଇ ଡାକ୍ତର ଖାନାକୁ ନେଇଥିଲେ, ହେଲେ ପିଣ୍ଟୁଙ୍କ ଚିକିତ୍ସାରେ କୌଣସି ସୁଧାର ନଆସିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!