ଗଣେଶ ବିସର୍ଜନ ବେଳେ ଅଘଟଣ : ବାଣ ଫୁଟି ଯୁବକ ମୃତ

ନବରଙ୍ଗପୁର : ଗଣେଶ ବିସର୍ଜନ ବେଳେ ଅଘଟଣ । ବାଣ ଫୁଟି ଯୁବକ ମୃତ । ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଶିବାଜୀ ନଗର ଗଣେଶ ପୂଜା କମିଟିର ଗଣେଶ ବିସର୍ଜନ ବେଳେ ଅଘଟଣ ଘଟିଥିବା ଖବର ମିଳିଛି । ବାଣ ବ୍ୟାଗ ଧରିଥିବା ଜଣେ ଯୁବକଙ୍କ ବାଣ ଫୁଟି ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଯୁବକ ଜଣକ ଦୀପକ ହରିଜନ ବୋଲି ସୂଚନା ମିଳିଛି । ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଯାଇଥିବା ବେଳେ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୋଲିସ ମୂତୟନ ଥିବା ଜଣାପଡ଼ିଛି । ଚିକିତ୍ସକଙ୍କ ଅବହେଳା ଯୋଗୁଁ ଦୀପକଙ୍କ ମୃତ୍ୟୁ ହେଲା ବୋଲି ଉତ୍ତେଜନା ଲାଗି ରହିଛି ।

Leave A Reply

Your email address will not be published.