ପୁରୁଣାପାଟଣା ଗ୍ରାମର ହୋମଗାର୍ଡ ଦିବାକର ଗୌଡ଼ଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ପୁରୁଣାପାଟଣା ଗ୍ରାମର ଗୋବିନ୍ଦ ଗୌଡ଼ଙ୍କ ପୁତ୍ର ଦିବାକର ଗୌଡ଼ (ହୋମଗାର୍ଡ) ବିଦ୍ୟୁତ୍ ଆଘାତରେ ଗତକାଲି ରାତିରେ ମୃତ୍ୟୁବରଣ କରିଛନ୍ତି । ଏହି ଦୁଃଖଦ ଖବର ପାଇ ଛତ୍ରପୁର ଉପଖଣ୍ଡ ଚକିତ୍ସାଳୟରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ପରିସ୍ଥିତି ସମ୍ପର୍କରେ ଡାକ୍ତରୀ ଟିମ୍‌ଙ୍କ ସହ କଥାବାର୍ତ୍ତା କରିଥିଲେ । ପରେ ତାଙ୍କରି ପରିବାର ବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜଣାଇବା ସହ ଶାନ୍ତ୍ୱନା ଦେଇଛନ୍ତି । ମୃତକଙ୍କ ଉଦ୍ଦେଶ୍ୟରେ କ୍ଷତି ପୂରଣ ପ୍ରଦାନ ନିମନ୍ତେ ସରକାରଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.