jayashree

ବିଦ୍ୟୁତ୍‌ ଆଘାତରେ ଛାତ୍ର ମୃତ

କଟକ : କଟକ ବାଲିଯାତ୍ରାରେ ଅଘଟଣ । ସାଙ୍ଗ ମାନଙ୍କ ସହିତ ବାଲିଯାତ୍ରା ବୁଲିବାକୁ ଯାଇଥିବା ବେଳେ ଜଣେ +୨ ଛାତ୍ରଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ଜଗତସିଂହପୁର ଜିଲ୍ଲାର ବିଶ୍ଵ ପ୍ରକାଶ ମହନ୍ତ । ସୂଚନା ମୁତାବକ, ଜଗତସିଂହପୁରର ବିଶ୍ଵ ପ୍ରକାଶ ମହନ୍ତ ସାଙ୍ଗମାନଙ୍କ ସହ ବାଲିଯାତ୍ରା ବୁଲିବାକୁ ଯାଇଥିଲେ । ଏହି ସମୟ‌ରେ ବିଦ୍ୟୁତ୍‌ ଆଘାତରେ ସେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ପୋଲିସ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା ଚରିଥିଲେ ।

Leave A Reply

Your email address will not be published.