
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହର ସିଭିଲ୍ କୋର୍ଟ ସାମ୍ନାରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବଲାଙ୍ଗିର ସିଭିଲ୍ କୋର୍ଟ ସାମ୍ନାରେ ରହିଥିବା ଏକ୍ୱାରିଅମ୍ ଜୋନରେ ଗତ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଗୋଟିଏ ଷ୍ଟଲ୍ ସଂପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଷ୍ଟଲ୍ ଭିତରେ ବହୁ ପକ୍ଷୀ ଓ ମାଛ ଜଳିପୋଡ଼ି ପାଉଁଶ ହୋଇ ଯାଇଛନ୍ତି । ବଲାଙ୍ଗିର ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ଯାଇଥିବା ଦୋକାନ ମାଲିକ କହିଛନ୍ତି । ଅପର ପକ୍ଷେ ସର୍ଟସାର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି ।