ବେକରେ ଶାଡୀ ଦେଇ ଅଙ୍ଗନୱାଡି ଦିଦିଙ୍କ ଆତ୍ମହତ୍ୟା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗୀର ଜିଲ୍ଲା ସଦର ଖପ୍ରାଖୋଲ ୪ ନଂ ୱାର୍ଡର ଅଙ୍ଗନୱାଡି କର୍ମୀ ତଥା ଖପ୍ରାଖୋଲ ବ୍ଲକ ଅଙ୍ଗନୱାଡି ମହାସଂଘର ସଭାପତି ଟୁନି ବେହେରା ବେକରେ ଶାଡୀ ବାନ୍ଧି ଆତ୍ମହତ୍ୟା କରିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବୁଧବାର ଅପରାହ୍ନ ସମୟରେ ଘରଭିତରେ ବେକରେ ଶାଡୀ ଦେଇ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ସ୍ୱାମୀ ଏବଂ ତାଙ୍କ ବିଭାଗୀୟ ଦୁଇ ମହିଳା ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ପରିବାର ଲୋକ ଖପ୍ରାଖୋଲ ଥାନାକୁ ଖବର କରିଥିବା ବେଳେ ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା । ଏନେଇ ଖପ୍ରାଖୋଲ ଥାନା ୟୁ ଡି କେସ ନଂ ୨ /୨୦୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ଜଣାପଡିଛି । ଘଟଣାର ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.