centurian jitm

ମାଛ ଧରିବାକୁ ଯାଇ ଜଣେ ମୃତ, ଜଣେ ନିଖୋଜ ଓ ଜଣେ ଜୀବିତ ଉଦ୍ଧାର

nschool

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୂଜା ପଂଚାୟତର ରେଢ଼ା ଚେକ ଡେମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ପିପିଲି ଗ୍ରାମର ୩ଜଣ ମାଛ ମାରିବାକୁ ଯାଇ ଅଘଟଣର ଶିକାର ହୋଇଛନ୍ତି । ୩ ଜଣ ଯାକ ମାଛଧରା ଜାଲ ନେଇ ରେଢା ଚେକ୍‌ଡେମ୍‌କୁ ମାଛ ଧରିବାକୁ ଯାଇଥିଲେ। ଜାଲ ପକାଇ ମାଛ ଧରୁଥିବା ସମୟରେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଖବର ପାଇ ସ୍ଥାନୀୟ ଲୋକ ଓ ମା’ ଛେଲିଆପାଟ୍‌ ସଂଗଠନର ସଦସ୍ୟ ମାନେ ସଂଗେ ସଂଗେ ଘଟଣା ସ୍ଥଳରେ ପହଂଚି ତହସିଲଦାର, ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇ ଉଦ୍ଧାର କାର୍ୟ୍ୟରେ ଲାଗି ପଡିଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟରେ ଲାଗିପଡିଥିଲେ ଓ ଜଣକୁ ମୃତ ଓ ଜଣକୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଥିବା ସୂଚନା ମିଳିଛି । ମୃତ ବ୍ୟକ୍ତିର ନାମ ଗୁଲେଖ ପୋଢ ବୋଲି ଜଣାପଡିଥିବା ବେଳେ ଜୀବିତ ବ୍ୟକ୍ତିର ନାମ ରଜନୀ ପୋଢ ବୋଲି ଜଣାପଡିଛି । ପ୍ରମୋଦ ପୋଢ ନିଖୋଜ ଥିବା ସୂଚନାରୁ ପ୍ରକାଶ । ୩ଜଣ ଯାକ ପିପିଲି ଗ୍ରାମର ବୋଲି ସୂଚନା ମିଳିଛି । ଘଟଣା ସଂପର୍କରେ ଖବର ପାଇ ରାଜ୍ୟ ବିଜେଡି ପରିଷଦ ସଭ୍ୟ ନିହାର ବେହେରା ଉପସ୍ଥିତ ରହି ଉଦ୍ଧାର କାର୍ୟ୍ୟରେ ତଦାରଖ କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.