ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ କୁଟାସିଂହା ଦୁର୍ଗା ପୂଜା ପରିଦର୍ଶନ : ଗାଁର ବିକାଶ ଉପରେ ଆଲୋଚନା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଳିଙ୍ଗ ଆଜି ଅଂଚଳର ବିଭିନ୍ନ ପୂଜା ମଣ୍ଡପକୁ ଯାଇ ମା’ ଦୁର୍ଗାଙ୍କ ଦର୍ଶନ କରି ଅଂଚଳବାସୀଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇଛନ୍ତି । ସାଙ୍ଗରେ ବ୍ଲକ ବିଜେପି ମଣ୍ଡଳ ସଭାପତି ପିତାମ୍ବର କଣ୍ଟା ଉପସ୍ଥିତ ଥିଲେ । ଆଗଲପୁର, ଡୁଡୁକା, ସାଲେଭଟା, କୁଟାସିଂହା, ବକଟି ବେନ୍ଦ୍ରା ପୂଜାମଣ୍ଡପକୁ ଯାଇ କମିଟି ସଦସ୍ୟଙ୍କ ସହ ଆଲୋଚନା କରି ସମସ୍ୟା ବୁଝିଥିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ । କୁଟାସିଂହା ଅଙ୍ଗ ନଦୀ ଉପରେ ହେବାକୁଥିବା ବ୍ୟାରେଜ ଓ ଡୁଙ୍ଗୁରିପାଲି ଚଣ୍ଡାଳ ଡ୍ୟାମକୁ ଇକୋଟୁରିୟମରେ ପରିଣତ କରିବାକୁ ପ୍ରମୋଦ ବଗର୍ତ୍ତୀ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Leave A Reply

Your email address will not be published.