ବେଲପଡା, (କେପିଏନ୍ଏସ୍) : ବେଲପଡା ବ୍ଲକ୍ ଅନ୍ତର୍ଗତ ଜବାହାର ନବୋଦୟ ବିଦ୍ୟାଳୟର ସଭାଗୃହ ଠାରେ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା ବେଳପଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ରାଜେଶ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ କୁମାର ଖୁଆସ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟୁତ୍ ପ୍ରଭା ନାଗ, ସି.ଡି.ପି ଓ କହିଲେ ମା’ଗର୍ଭରୁ ଆରମ୍ଭ କରି ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଶିଶୁ ଓ ମହିଳା ବିଭାଗ ତରଫରୁ ଶିଶୁର ବିକାଶ, ସୁରକ୍ଷା ଓ ସର୍ବାଙ୍ଗୀନ ଉନ୍ନତି ସକାଶେ ବିଭିନ୍ନ ପ୍ରକାର ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ପୋଷ୍ୟ ସନ୍ତାନ ଗ୍ରହଣରେ ଆଇନଗତ ବିଧି ବ୍ୟବସ୍ତା ଉପରେ ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଯୋଗଦାନ କରି ଆଇନ୍ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ, ପ୍ରତ୍ୟାଶୀ ପୋଷ୍ୟ ସନ୍ତାନ ଗ୍ରହଣକାରିଙ୍କ ଯୋଗ୍ୟତା, ମବକ୍ସସଦ୍ଭଶଗ୍ଦ ପୋର୍ଟାଲ ମାଧ୍ୟମରେ ପୋଷ୍ୟ ସନ୍ତାନ ପାଇଁ ଅଗହି ବ୍ୟକ୍ତିଙ୍କ ଆବେଦନ ତଥା ପ୍ରତିପାଲନ ଯତ୍ନ ବ୍ୟବସ୍ଥା ଓ ପ୍ରତିପାଲନ ଯତ୍ନ ବ୍ୟବସ୍ତାରୁ ଶିଶୁକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ, ଫୋଷ୍ଟର କେଆର, ଯଶୋଦା, ପନସର୍ ର୍ସିପ୍, ଗ୍ରିନ ପେସେଜ୍ ଯୋଜନା ଉପରେ ଜଣାଇଥିଲେ, ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନର ଜିଲ୍ଲା ସଂଯୋଜକ ବିକ୍ରମ ପଣ୍ଡା କହିଲେ ଜେ କୌଣସି ଅନାଥ, ପିତୃମାତୃ ହୀନ ଶିଶୁ, ସୁରକ୍ଷା, ଯତ୍ନ ଆବଶ୍ୟକ କରୁଥିବା ଶିଶୁଙ୍କ ପାଇ ୧୦୯୮ ଫୋନ୍ କରିବା ପାଇ ଜଣାଇଥିଲେ । କାର୍ଯ୍ୟକ୍ରମରେ ବେଲପଡ଼ା ବ୍ଲକ୍ରୁ ଆଶା, ଅଙ୍ଗନୱାଡ଼ି, ଏ.ଏନ୍.ଏମ୍, ସୁପରଭାଇଜର ୨୦୦ରୁ ଅôଦକ ଉପସ୍ଥିତ ଥିଲେ । ପରିଶେଷରେ ବ୍ଲକ୍ ପ୍ରୋଗ୍ରମ୍ ମ୍ୟାନେଜର ନୀଳମାଧବ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।