
ଭୁବନେଶ୍ୱର, (କେପିଏନ୍ଏସ୍) : ମିଶନ ଡ୍ରିମ୍ସର ମିସ୍, ମିଷ୍ଟର ଓ ମିସେସ୍ ଇଣ୍ଡିଆର ଓଡିଶା ଅଡିସନ ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ଓଡିଶୀ ଏକାଡେମୀଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମିଶନ ଡ୍ରିମ୍ସର ପ୍ରତିଷ୍ଠାତା ପ୍ରିୟା ପ୍ରିୟମ୍ବଦା, ବଲିଉଡ ସିନେ ତାରକା ତଥା ମିଶନ ଡ୍ରିମ୍ସର ନିର୍ଦ୍ଦଶକ ଡାରବିନ୍ ଥାପ୍ପା, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାସ ରଞ୍ଜନ ଦାସ, ନିର୍ମାତା ଓ ନିର୍ଦ୍ଦଶକ ଏବଂ ଫିଲ୍ମ ଫେୱାର ଆୱାର୍ଡ ନାମାଙ୍କିତ ଦୟାନିଧି ଦଧୁନା, ପୂର୍ବତନ ମତସ୍ ଇଣ୍ଡିଆ ବିଜେତା ଜଗଜିତା ଦାଶ ଓ ମିସେସ୍ ଇଣ୍ଡିଆ ବିଜେତା ସୁପ୍ରିୟା ପରିଡା ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାର ପ୍ରାୟ ୨୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ସେଥିମଧ୍ୟରୁ ମୟୁରଭଞ୍ଜର ଶ୍ରଦ୍ଧାଞ୍ଜଳି ପ୍ରଧାନ ମିସ୍ ଓଡିଶା-୨୦୨୨ର ବିଜେତା ହୋଇଥିବା ବେଳେ ବରଗଡର ଅମିତ ମେହେର ମିଷ୍ଟର ଓଡିଶା-୨୦୨୨ର ବିଜେତା ଏବଂ ଭୁବନେଶ୍ୱରର ସୁଜାତା ସୁବୁଦ୍ଧି ମିସେସ୍ ଓଡିଶା-୨୦୨୨ର ବିଜେତା ହୋଇଥିଲେ । ସେହିପରି ସୋନାଲି ସାହୁ ମିସ୍ ଓଡିଶାର-୨୦୨୨ର ପ୍ରଥମ ବିଜେତା ହୋଇଥିବା ବେଳେ ଦ୍ୱିତୀୟ ବିଜେତା ସୌଭାଗ୍ୟଲକ୍ଷ୍ମୀ ହୋଇଥିଲେ । ସେହିପରି ମିଷ୍ଟର ଓଡିଶା-୨୦୨୨ର ପ୍ରଥମ ବିଜେତା ଅଙ୍କିତ ମିଶ୍ର, ସିଦ୍ଧାର୍ଥ କୁମାର ବାରିକ ଦ୍ୱିତୀୟ ବିଜେତାର ଟାଇଟଲକୁ ନିଜ ନାମରେ କରିଥିବା ବେଳେ ମିସେସ୍ ଓଡିଶା-୨୦୨୨ର ଟାଇଟଲକୁ ପ୍ରିୟମ୍ବଦା ଦାଶ ଅକ୍ତିଆର କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା ସିନେ ତାରକା ତଥା ପୂର୍ବତନ ବିଧାୟକ ଆକାଶ ଦାସନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଲବମ ଅଭିନେତା ଶୈଳେନ୍ଦ୍ର ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ମୁଖ୍ୟ ଅତିଥ ସମସ୍ତ ବିଜେତାମାନଙ୍କୁ ମିସ୍ ଓଡିଶା କ୍ରାଉନ, ବ୍ୟାଚ୍ ଓ ମେଡାଲ ପ୍ରଦାନ କରିଥିଲେ । ଆସନ୍ତା ଅକ୍ଟୋବର ମାସରେ ଏହାର ଗ୍ରାଣ୍ଡ ଫାଇନାଲ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଏବଂ ଏହାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ବୋଲି ସଂସ୍ଥାର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ଘୋଷଣା କରିଥିଲେ । ଯେଉଁ ପ୍ରତିଯୋଗୀମାନେ ଅଡିସନ ଦେବାକୁ ଆସିପାରି ନାହାନ୍ତି, ସେମାନେ website : www. missiondreams.com, what app no. 8335960574/785190507 ମାଧ୍ୟମରେ ରେଜିଷ୍ଟେସନ କରି ପ୍ରତିଯୋଗିିତାରେ ଭାଗ ନେଇପାରିବେ । ଏହି ଅଡିସନରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ଭୁବନେଶ୍ୱରର କିନ୍ନର ନେହା ନିହାରିକାଙ୍କ ନୃତ୍ୟ ପ୍ରତିଯୋଗୀମାନଙ୍କୁ ବେଶ୍ ଆମୋଦ ପ୍ରମୋଦର ଖୋରାକ ଯୋଗାଇଥିଲା ।