ଅଦିନିଆ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବାତ୍ୟା ଜନିତ ଅଦିନିଆ ବର୍ଷା ଯୋଗୁଁ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକରେ ବ୍ୟାପକ ଖରିଫ ଚାଷ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ବ୍ଲକର ଉପରବାହାଲ, ବାଦିମୁଣ୍ଡା, ରତାଖଣ୍ଡି, ତଳିଉଡ଼ାର, କୁଶମେଲ ପଞ୍ଚାୟତରେ ବର୍ଷା ଯୋଗୁଁ ବ୍ୟାପକ ପନିପରିବା ଚାଷ ନଷ୍ଟ ହୋଇଥିବା ଜଣାଯାଇଛି । ଏଥି ସହିତ ଲୋଇସିଂହା ବ୍ଲକର ସମସ୍ତ ପଞ୍ଚାୟତରେ ଖରିଫ ଧାନ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଧାନପେଟା ସବୁ କ୍ଷେତରେ ପଡ଼ିରହି ପାଣିରେ ଭାସୁଥିବା ବେଳେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଖୁବଶୀଘ୍ର ଚାଷୀଙ୍କ କ୍ଷୟକ୍ଷତି ଆକଳନ ପୂର୍ବକ କ୍ଷତିପୂରଣ ପ୍ରଦାନ ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବି ହେଉଛି ।

Leave A Reply

Your email address will not be published.