ନୂତନ ଛତ୍ରପୁର ପୌର ନିର୍ବାହୀ ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ ପୌର ନିର୍ବାହୀ ଅଧିକାରୀ ଭାବେ ଓଡ଼ିଶା ମ୍ୟୁନିସିପାଲ୍ ଆଡ୍‌ମିନିଷ୍ଟ୍ରେସନ୍ ସର୍ଭିସ୍ ପାହ୍ୟାରେ ନିଯୁକ୍ତି-ପ୍ରାପ୍ତ ୟାଶୀର ବିଲାଲ ଅହେମଦ ମଙ୍ଗଳାବର ଅପରାହ୍ନରେ ଯୋଗଦେଇଛନ୍ତି । ସେ ପୌରପାଳିକା ରାୟଗଡ଼ା ସହରରୁ ଏଠାକୁ ବଦଳି ହୋଇ ଆସିଛନ୍ତି ବୋଲି କୁହାଯାଏ । ଦୀର୍ଘଦିନ ଧରି ଏଠାରେ କାର୍ଯ୍ୟନିଷ୍ଠା, କର୍ତ୍ତବ୍ୟରତରେ ଥିବା ସମ୍ବିତ ସଂଗ୍ରାମଜିତ୍ ସାହୁ (ଓଏଏସ୍‌)ଙ୍କୁ ଯାଜପୁର ମ୍ୟୁନିସିପାଲ୍‌ଟି କାର୍ଯ୍ୟାଳୟକୁ ବଦଳି ହୋଇଥିବା କୁହାଯାଏ । ଛତ୍ରପୁର ଇଓ ଶ୍ରୀ ସାହୁଙ୍କଠାରୁ ଆଜି ଅପରାହ୍ନରେ ନୂତନ ଇଓ ଏହି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । କାର୍ଯ୍ୟଭାର ଦାୟିତ୍ଵ ଗ୍ରହଣ ବେଳେ ପୂର୍ବତନ ଇଓଙ୍କ ସହ ଏଠାକାର ବହୁ କର୍ମଚାରୀ ବୃନ୍ଦ ଯୋଗଦେଇ ତାଙ୍କୁ ସ୍ୱାଗତ କରି ଶୁଭେଚ୍ଛା ଜ୍ଞାପନ ସ୍ୱରୂପ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

Leave A Reply

Your email address will not be published.