oom

ବାଗବାହାଲିରେ କୋଭିଡ କଟକଣା ମଧ୍ୟରେ ଆଦିବାସୀ ସଚେତନତା ସଭା

jsmm

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ତମିଆଁ ପଞ୍ଚାୟତ ଅନ୍ତର୍ଗତ ବାଗବାହାଲି ଗ୍ରାମର ଆମ୍ବବଗିଚାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଏକ ସଚେତନା ସଭା ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ସେବତୀ ଭୂଏଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନ ସଭାରେ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି ମୁଖ୍ୟବକ୍ତା, ଜିଲ୍ଲା କାର୍ଯ୍ୟକାରୀ ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭେ।ଇ ମୁଖ୍ୟ ଅତିଥି, ସଂପାଦକ ସାରଥି ବାଗ, ନିତ୍ୟାନନ୍ଦ ଶବର, ନିମାଇଁ ଗଡତ୍ୟା, ଗୈାରୀଶଙ୍କର ବରିହା, ଧବଳେଶ୍ଵର ଭେ।ଇ, ଜଳ ଧରୁଆ, ସହଦେବ ବରିହା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଆଦିବାସୀ ମାନଙ୍କ ଆର୍ଥିକ, ସାମାଜିକ ଶିକ୍ଷା, ରାଜନୈତିକ, ସ୍ଵାସ୍ଥ୍ୟ, ହକ୍ଅଧିକାର ଏବଂ ସରକ୍ଷଣ ଏକତା ଉପରେ ଆଲେ।କପାତ କରିଥିଲେ । ଚଳିତବର୍ଷ ପଞ୍ଚାୟତ ନିର୍ବାଚନରେ ଆଦିବାସୀ ମାନଙ୍କୁ ସଂରକ୍ଷଣ ଉଚ୍ଛେଦ କରିଥିବାରୁ ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ପକ୍ଷରୁ ସୁପ୍ରିମକେ।ଟରେ ବିଚାରଧିନ ରହିଛି ବୋଲି ମୁଖ୍ୟ ବକ୍ତା ଶ୍ରୀ ବିଶି ମତବ୍ୟକ୍ତ କରିଥିଲେ । ସୁପ୍ରିମକେ।ଟ ପାଇଁ ପ୍ରତ୍ୟେକ ଆଦିବାସୀ ସମାଜରୁ ଆର୍ଥିକ ସହାୟତା ସହ ଯୋଗାଯୋଗ କରିବାକୁ ଆହ୍ୱାନ କରାଯାଇଥିଲା । ତମିଆଁ ପଞ୍ଚାୟତ ଆଦିବାସୀ କଲ୍ୟାଣ ସଙ୍ଘର ମଙ୍ଗଲୁ ବରିହା, ଅନ୍ତ ବରିହା, ଜଗନ୍ନାଥ ବରିହା, ନବିନ ଭୂଏ, ଜାଗେ ଧରୁଆଙ୍କ ସମେତ ଶତାଧିକ ଆଦିବାସୀ ମହିଳା ପୁରୁଷ ଯେ।ଗଦେଇଥିବା ବେଳେ ଧବଲେଶ୍ଵର ଭେ।ଇ ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.