ଦେବଙ୍ଗରେ ବିଶ୍ୱ ଆଦିବାସୀ ଦିବସ ପାଳିତ : ବିଶ୍ୱ ଆଦିବାସୀ ଦିବସକୁ ଛୁଟି ଘୋଷଣା ଦାବି

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ବୀର ମାଏଟ ଦେବଙ୍ଗ ଗ୍ରାମଠାରେ ବିଶ୍ୱ ଆଦିବାସୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଆରାଧ୍ୟ ଦେବୀ ମାଁ ଜାଡେନଙ୍କୁ ପୂଜାର୍ଚ୍ଚନା କଲା ପରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର, ବେଶଭୁଷା, ଡାକାବାଦ୍ୟ ସହ ଏକ ବିଶାଳ ଶୋଭଯାତ୍ରାରେ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା । ବିଶ୍ୱ ଆଦିବାସୀ ଦିବସ ଉତ୍ସାହର ସହ ପାଳିତ ହୋଇଥିବା ବେଳେ ଏକ ସଭା କାର୍ଯ୍ୟ ଆୟୋଜିତ ହୋଇଥିଲା । ଗ୍ରାମ୍ୟ କନ୍ଧ ସମାଜ ସଭାପତି ଜଗବନ୍ଧୁ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ ଥାନା ଅଧିକାରୀ ସିପୋରା ସରାୟ ଲୁଗୁନ, ମୁଖ୍ୟବକ୍ତା ଭାବେ ଟୁପା ପ୍ରଗଣା ସଭାପତି ପଦ୍ମନ ପ୍ରଧାନୀ, ସମ୍ମାନିତ ଅତିଥି ଭାବେ ବୁଡୁକା ପ୍ରଗଣା ବଙ୍ଗୋମୁଣ୍ଡା ସଭାପତି ଚକ୍ରଧର ଯାନୀ, ଜିଲା ଉପସଭାପତି ଶରତ ଚନ୍ଦ୍ର ସିଂ ଭୋଇ, ପ୍ରଫୁଲ୍ଲ ପ୍ରଧାନୀ, ଟିଟିଲାଗଡ ନଗର ଆଦିବାସୀ ସଂଘ ସଭାପତି ନିତ୍ୟାନନ୍ଦ ମାଝୀ, ସୁନୀଲ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ । ଆଦିବାସୀ କନ୍ଧ ଯୁବଶକ୍ତି ଦେବଙ୍ଗର ସଭାପତି ନେତ୍ରମଣି ଭୋଇ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଆଦିବାସୀ ସଂସ୍କୃତି, କନ୍ଧାନ ପ୍ରଥା, ପରମ୍ପରା, ଭାଷା, ଆଦି ସଂସ୍କୃତି ମହାନ, ଏହାର ସ୍ୱତନ୍ତ୍ରତା ରହିଛି ଏହାର ସୁରକ୍ଷା ପାଇଁ ଆହ୍ୱାନ ଦେଇଥିଲେ । ଶିକ୍ଷାକୁ ଗୁରୁତ୍ୱ ଦେବା ସହ ସୁସ୍ଥ, ନିଶାମୁକ୍ତ ସମାଜ ଗଠନ ପାଇଁ ସଂକଳ୍ପ ନେଇଥିଲେ । ବିଶ୍ୱ ଆଦିବାସୀ ଦିବସ ଅଗଷ୍ଟ ୯ ତାରିଖକୁ ଛୁଟି ଘୋଷଣା ପାଇଁ ଦାବି ଉଠିଥିଲା । ନକୁଳ ମାଝୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆଦିବାସୀ କନ୍ଧ ଯୁବଶକ୍ତି ଦେବଙ୍ଗର ଉପସଭାପତି ଜ୍ୟୋତିର୍ମୟ ଭୋଇ, ସମ୍ପାଦକ ଲୋକେଶ୍ୱର ଭୋଇ, ସହ ସମ୍ପାଦକ ହରେକୃଷ୍ଣ ଭୋଇ, କୋଷାଧ୍ୟକ୍ଷ ପ୍ରଦୀପ ଭୋଇ, ଚୁଡାମଣି ଭୋଇ, ଉପଦେଷ୍ଟା ରାଜେନ୍ଦ୍ର ଭୋଇ, ଅକ୍ଷୟ ଭୋଇ, ଈଶ୍ୱର ଭୋଇ, ବସନ୍ତ ଭୋଇ, ସୁଧାଂଶୁ ଶେଖର ଭୋଇ, ଧନଞ୍ଜୟ ଭୋଇ, ରୁକମନ ଭୋଇ, ଶକ୍ତିମାନ ଭୋଇ, ମାନସ ଭୋଇ, ରୋଶନ ଭୋଇ, ସୁନୀଲ ଭୋଇ, ହରେକୃଷ୍ଣ ଭୋଇ, ଶୁକ୍ର ଭୋଇ, ଜନ୍ମେଜୟ ଭୋଇ, ରଞ୍ଜିତ ଭୋଇ, ପଞ୍ଚାନନ ଭୋଇ, ପ୍ରବୀଣ ଭୋଇ ପ୍ରମୁଖ ସହଯୋଗ କରିଥିଲେ । ଶତାଧିକ ଆଦିବାସୀ ପୁରୁଷ ଓ ମହିଳା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.