ଆଦିବାସୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ଜିଲ୍ଲା ଆଦିବାସୀ ସଂଘ ଓ କୋଶଳ ଯୁବ ସମନ୍ୱୟ ସମିତି ତରଫରୁ ଖପ୍ରାଖୋଲ ଥାନା ଘେରାଉ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ବେନକେରା ଗାଁର ଆଦିବାସୀ ଯୁବକ ରାଜୀବ ରଞ୍ଜନ ବରିହାକୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବୀ କରି ଆଜି ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଏବଂ କୋଶଳ ଯୁବ ସମନ୍ୱୟ ସମିତି ତରଫରୁ ଖପ୍ରାଖୋଲ ଥାନା ଘେରାଉ କରାଯାଇଛି । ପ୍ରଥମେ ଖପ୍ରାଖୋଲ ପେଟ୍ରୋଲ ଟାଙ୍କି ନିକଟରେ ସମସ୍ତେ ଏକତ୍ରିତ ହୋଇ ସେଠାରୁ ଏକ ଶୋଭାଯାତ୍ରା ବାହାରି ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୋଲିସ ବିରୋଧୀ ନାରାବାଜି କରି ସହର ପରିକ୍ରମା ପରେ ଥାନା ସମ୍ମୁଖରେ ପହଁଚିଲେ ଥିଲେ ଏବଂ ଥାନା ସମ୍ମୁଖରେ ଧାରଣା ଦେଇ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବୀ କରିଥିଲେ । ମିଳିଥିବା ସୂଚନା ଅନୁସାରେ ଗତ ୨/୧୦/୨୧ ତାରିଖ ଦିନ ରାତି ପ୍ରାୟ ୮ଟାରେ ବେନକେରା ଗାଁର ରାଜୀବ ବରିହାକୁ ସେହି ଗାଁର ୫ ଜଣ ତ୍ରିନାଥ ପୁଟେଲ, ସୁଧାଂଶୁ ପୁଟେଲ, ଦେବରାଜ ପୁଟେଲ, ଲିଙ୍ଗରାଜ ପୁଟେଲ, ଶିବୁରାମ ପୁଟେଲ ମିଶି ଆକ୍ରମଣ କରି ମାଡ଼ ମାରିଥିବା ବେଳେ ରାଜୀବ ଗୁରୁତର ଆହତ ହୋଇ ଡାକ୍ତରଖାନରେ ଚିକିତ୍ସିତ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ୩ ଜଣକୁ ଖପ୍ରାଖୋଲ ପୁଲିସ ଗିରଫ କରିଛି ଏବଂ ଅନ୍ୟ ମୁଖ୍ୟ ଦୁଇ ଅଭିଯୁକ୍ତ ଫେରାର ଥିବାରୁ ତାଙ୍କୁ ଗିରଫ କରିବାକୁ ଖପ୍ରାଖୋଲ ଥାନା ଘେରାଉ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଘଟଣା ସ୍ଥଳରେ ପାଟଣାଗଡ଼ ଉପଖଣ୍ଡ ଅଧିକାରୀ ଜ୍ୟୋର୍ତିମୟ ଭୁକ୍ତା ପହଁଚି ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଗିରଫ କରିବାର ପ୍ରତିଶୃତି ପରେ ବିକ୍ଷୋଭକାରୀମାନେ ଆନ୍ଦୋଳନରୁ ଓହରିଥିଲେ । ଏଥିରେ ଶତାଧିକ ଆଦିବାସୀ ମହିଳା, ପୁରୁଷ ଓ କୋଶଳ ପ୍ରେମୀ ଉପସ୍ଥିତି ଥିଲେ ।

jittmm
Leave A Reply

Your email address will not be published.