oom

କରୋନା ମହାମାରୀ ସଙ୍କଟ ସମୟରେ ଆଦିବାସୀଙ୍କ ସମସ୍ୟା ସମ୍ବନ୍ଧରେ ଭିଡ଼ିଓ କନଫରେନସିଂ ମିଟିଙ୍ଗ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଦ୍ୱାରା ଭିଡ଼ିଓ କନଫ୍‌ରେନସିଂ ମାଧ୍ୟମରେ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜ଼ିଲ୍ଲାର ଚଉଦ ଟି ବ୍ଲକର କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ । କରୋନା ମହାମାରୀ ସଙ୍କଟ ସମୟରେ ଆଦିବାସୀ ସମସ୍ୟା ଏବଂ ସମାଧାନ ପାଇଁ ସରକାରଙ୍କୁ ସ୍ମାରକପତ୍ର ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ଦାବୀ ଗୁଡିକ ହେଲା କରୋନା ରୋଗ ଜନିତ ଲକ୍‌ଡାଉନ, ସଟ୍‌ଡାଉନ, କର୍ଫ୍ୟୁ ଯୋଗୁଁ ଆଦିବାସୀ ମାନଙ୍କ ଜୀବନ ଜୀବିକା ପ୍ରବଳ ମାତ୍ରାରେ ପ୍ରଭାଭୀତ ହୋଇଛି । ଗରିବ କୁଲି ମଜୁରିଆ ଖଟିଖିଆ ଲୋକଙ୍କୁ କାମଧନ୍ଦା ନମିଳିବାରୁ, ଜୀବିକା ଠପ୍‌ ହୋଇଯାଇଛି । ଜଙ୍ଗଲ ଜାତ ଦ୍ରବ୍ୟ ଯଥା ଆମ୍ବ ଜାମୁକୋଳି, ଖଜୁରୀ, ମହୁଲ ଟୋଲ, ପଣସର ବିକ୍ରି ବ୍ୟବସ୍ଥା ନାହିଁ । ଉତ୍କଟ ଆର୍ଥିକ ଅନାଟନ ମଧ୍ୟରେ ଆଦିବାସୀ ଲୋକେ ଭୋକ ଉପାସରେ ସଢୁଛନ୍ତି । ସରକାରଙ୍କ ରାସନ ସମୁଦ୍ରକୁ ଶଙ୍ଖେ । ଆଦିବାସୀ ବହୁଳ ଉପାନ୍ତ ଗାଁ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଅପହଞ୍ଚ । ଆଦିବାସୀ ମାନଙ୍କୁ ଔଷଧ, କରୋନା ଟୀକା ମିଳୁନାହିଁ, ଗାଁ ମାନଙ୍କୁ ଆମ୍ବୁଲାନ୍ସ ଯାଉନାହିଁ । ଏନ୍ୟପଟେ କରୋନା କଟକଣା ହେତୁ ଦୀର୍ଘ ପନ୍ଦର ମାସ ସ୍କୁଲ କଲେଜ ବନ୍ଦ ରହିଛି । ଅନଲାଇନ ପାଠପଢା, ମୋବାଇଲରେ ଲାଇଭ କ୍ଲାସ ହେଉଛି । କିନ୍ତୁ ଆଦିବାସୀ ଛାତ୍ରଛାତ୍ରୀ ମାନେ ଇଣ୍ଟେନେଟ ଏବଂ ମୋବାଇଲ ଅଭାବ ଯୋଗୁଁ ଅନଲାଇନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ତେଣୁ ପ୍ରତ୍ୟେକ ଆଦିବାସୀ ପରିବାରକୁ ପ୍ରତି ମାସ ପାଞ୍ଚ ହଜାର ଟଙ୍କା ଆର୍ଥିକ ସହାୟତା, ପ୍ରତ୍ୟେକ ଆଦିବାସୀଙ୍କୁ ମାଗଣାରେ କରୋନା ଟୀକା, ଔଷଧ, ରାସନ ସାମଗ୍ରୀ ପ୍ରଦାନ, ସମସ୍ତ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ସ୍ମାର୍ଟ ମୋବାଇଲ ଫୋନ ପ୍ରଦାନ, ହରିଶଙ୍କର ମନ୍ଦିର, ଘଣ୍ଟାଶୁଣି ମନ୍ଦିର, ଦ୍ୱାରସୁଣୀ ମନ୍ଦିରର ନୀତିକାନ୍ତି କରୁଥିବା ସେବାୟତ ମାନଙ୍କୁ ମାସିକ ଦଶ ହଜାର ଲେଖାଏଁ ଆର୍ଥିକ ସହାୟତା, ଅର୍ବାନ ଏଜୁକେସନ ସ୍କିମରେ ଇଂଲିଶ ମିଡ଼ିଅମ ସ୍କୁଲରେ ପଢ଼ୁଥିବା ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ପୁସ୍ତକ ପାଠ୍ୟ ଉପକରଣ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ, ଲକଡାଉନ ସମୟରେ ଆଦିବାସୀ ମାନଙ୍କ ନାମରେ ଥିବା ମିଥ୍ୟା ଅବକାରୀ କେଶ, ପୋଲିସ କେଶ, ଜଙ୍ଗଲ କେଶ ପ୍ରତ୍ୟାହାର କରିବା, ଏଟ୍ରୋସିଟି ମାମଲା ଗୁଡିକୁ ଠିକ ଭାବରେ ତଦନ୍ତ କରିବା, ନକଲି ଆଦିବାସୀ କର୍ମଚାରୀ ମାନଙ୍କୁ ବହିଷ୍କାର କରିବା, ବେନାମିଦାର ଆଦିବାସୀ ଜମି ଫେରସ୍ତ କରିବା, ଠିକା ନିଯୁକ୍ତି ଆଉଟ ସୋର୍ସିଙ୍ଗ ନିଯୁକ୍ତିରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷଣ ଆଇନ ଲାଗୁ କରିବାକୁ ଦାବୀ କରାଯାଇଥିଲା । ଆଦିବାସୀ ମାନଙ୍କ ସମସ୍ୟା ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବୁଧବାର ଦିନ ବଲାଙ୍ଗିର ଜ଼ିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିବାକୁ ନିଷ୍ପତ୍ତି କରାଗଲା । ଉକ୍ତ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଙ୍ଘର ମହାସଚିବ ନିରଞ୍ଜନ ବିଶି, ସଂଘର ଉପସଭାପତି ବିସିକେଶନ ଯାନୀ, ଶ୍ୟାମସୁନ୍ଦର ଭୋଇ, ବନଳତା ମାଝୀ, ରାମଚନ୍ଦ୍ର ଧରୁଆ, ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ସନ୍ତୋଷ ପୁଟା, ଶରତ ସିଂଭୋଇ, ରାଜୀବ କୁଅଁର, ଦୁଃଖିଶ୍ୟାମ ଭୋଇ, ଘିମାନନ୍ଦ ଭୋଇ, ବିପ୍ର ବିଶି, ବସନ୍ତ ମାଝୀ, ଅଷ୍ଟରତ୍ନ ବରିହା, ବଳଦେବ ଭୋଇ, ବନମାଳୀ ପୁଟା, ବିକ୍ରମ ଭୋଇ, ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା, ବିଜୟ କଲସାଏ, ସାରଥି ବାଗ, ଥବିର ପୂଝାରୀ, ମନବୋଧ ବରିହା, ଦଶରଥ ଛତ୍ରିଆ, ଜଗବନ୍ଧୁ ମାଝୀ, ଭୁପାଳ ସିଂ ବିଶ୍ୱାଳ, ଡମ୍ବରୁ ଧରୁଆ, ଧରମ ସିଂ ଧରୁଆ, ଘନ ଭୋଇ, ଗିରିଧାରୀ ଭୋଇ, ଜଗନ୍ନାଥ ମାଝୀ, ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.