centurian jitm

ଥେଟ୍ ଆଧୁନିକ ନାଗପୁରୀ ନାଇଟ୍ ଆସନ୍ତା ୨୪ରେ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ଇନ୍ଦ୍ରଧନୁଷ ଇଭେଣ୍ଟ ମ୍ୟାନେଜମେଣ୍ଟ ତରଫରୁ ଥେଟ୍ ଆଧୁନିକ ନାଗପୁରୀ ନାଇଟ୍ ଆସନ୍ତା ୨୪ ତାରିଖ ଦିନ ସନ୍ଧ୍ୟା ସମୟରେ ଭଞ୍ଜଭବନ ଠାରେ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସେକ୍ଟର – ୬ ସ୍ଥିତ ଇସ୍ପାତ ସରୋବର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ମୁଖ୍ୟ ଲୁଲୁ ସାହୁ ଓ ବିଜୟ ସୁନ୍ଦରାୟ ପ୍ରମୁଖ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଏହି କାର୍ଯ୍ୟକ୍ରମରେ ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ ନୃତ୍ୟ ଗୀତ ଥେଟ୍ ଆଧୁନିକ ନାଗପୁରୀ ନାଇଟ ଅନୁଷ୍ଠିତ ହେବ । ଏଥିରେ ପାରମ୍ପରିକ ଗୀତ, ଦୀପମାଲା ଲାକ୍ରା ଏଣ୍ଡ ଗୃପ ଦ୍ୱାରା ଓଡିଶୀ ନୃତ୍ୟ ସହ କଳାକାରଙ୍କ ଦ୍ୱାରା ନାଗପୁରୀ ଲୋକନୃତ୍ୟ ପରିବେଷଣ କରାଯିବ । ୩୦ କଶ୍ୟପ,ସୁମନ ଗୁପ୍ତା ଓ ଉର୍ମିଳା ମାହାନ୍ତ ପ୍ରମୁଖ ସୁପ୍ରସିଦ୍ଧ ଗାୟକ ମାନେ ସଂଗୀତ ପରିବେଷଣ କରିବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଓ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଉଦ୍‌ଘାଟକ ତଥା ସମ୍ମାନିତ ଅତିଥି ଭାବେ ଗଣେଶ ପ୍ରସାଦ ବାଗାଡିଆ, ରାଜେଶ ମହାପାତ୍ର, ଶୁଭ ପଟ୍ଟନାୟକ, ଅମିତ ଅଗ୍ରୱାଲ, ସୁନିଲ କାୟଲ, କମଲ ଅଗ୍ରୱାଲ, ଅଜିତ ତିର୍କି, ଡାକ୍ତର କୁନାଲ ବର୍ମା, ପବନ ଅଗ୍ରୱାଲ, ସନ୍ଦୀପ ମିଶ୍ର, ଦିଲ୍ଲୀପ ମହାପାତ୍ର, ସୁମିତ କୁମାର ଓ କାର୍ତ୍ତିକ ରାଉତ ପ୍ରମୁଖ ଯୋଗଦେଇଛନ୍ତି । ତେଣୁ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସହରବାସୀ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିବା ପାଇଁ ଅନୁଷ୍ଠାନ ତରଫରୁ ନିବେଦନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସବିତା ଖାତୁନ, ରୂପା ଭଟ୍ଟ, ରିଶି ଆର୍ଯ୍ୟ, ଅନିତା ପଟ୍ଟନାୟକ, ରଶ୍ମିତା ମଲ୍ଲିକ, ଅଭିଷେକ ରାଉତ, ପ୍ରତୀକ ଶତପଥୀ, ଜ୍ଞାନରଞ୍ଜନ ପ୍ରଧାନ, ବନ୍ଦିତା ମାହାତୋ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.