ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜିଲ୍ଲା କଂଗ୍ରେସ ଅନୁସୂଚିତ ଜାତିର ଅଧ୍ୟକ୍ଷ ଭାବେ ଦିବାକର ଦୀପଙ୍କୁ ନିଯୁକ୍ତି ମିଳିଛି । ସର୍ବ ଭାରତୀୟ କଂଗ୍ରେସ କମିଟିର ଅନୁସୂଚିତ ଜାତିର ଅଧ୍ୟକ୍ଷ ରାଜେନ୍ଦ୍ର ପାଲ ଗୈାତମ ଏ ସମ୍ପର୍କରେ କଂଗ୍ରେସର ରାଜ୍ୟ ସଭାପତି ଭକ୍ତଚରଣ ଦାସଙ୍କ ସମେତ ସର୍ବଭାରତୀୟ ନେତା କେ ସି ଭେନୁଗୋପାଲ, ଅଜୟ କୁମାର ଲଲ୍ଲୁ, କେ ରାଜୁ, ମହମ୍ମଦ ସାହାନୱଜ ଚୈ।ଧୁରୀ ଓ ରାଜ୍ୟ ଅଧ୍ୟକ୍ଷ ମାନସ କୁମାର ମଲିକଙ୍କୁ ଅବଗତ କରାଇଛନ୍ତି । ଶ୍ରୀ ଦୀପ ଅନୁସୂଚିତ ଜାତିର ଅଧ୍ୟକ୍ଷ ହେବା ପରେ ରାଜ୍ୟ ସଭାପତି ଭକ୍ତଚରଣ ଦାସ ଓ ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ନିଜ ବିଭାଗ ସହ କଂଗ୍ରେସକୁ ଅଧିକ ଶକ୍ତିଶାଳୀ କରିବେ ବୋଲି କହିଛନ୍ତି । ଶ୍ରୀ ଦୀପ ଅଧ୍ୟକ୍ଷ ହେବାପରେ ରାଉରକେଲା କଂଗ୍ରେସର ବରିଷ୍ଠ ନେତାମାନେ ଅଭିନନ୍ଦନ ଜଣାଇଛନ୍ତି ।

Prev Post