
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଟାଉନ ବାଳିକା ହାଇସ୍କୁଲ ସଭାଗୃହରେ ବଲାଙ୍ଗିର ବୈଧ ମାପ ବିଜ୍ଞାନ ବିଭାଗ ସହଯୋଗରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ଶାଖା ଦ୍ୱାରା ବିଶ୍ୱ ଖାଉଟି ଅଧିକାର ଦିବସ ପାଳିତ ହୋଇଯାଇଛି । ଗ୍ରାହକ ପଞ୍ଚାୟତ ଜିଲ୍ଲା ଶାଖା ସଭାପତି ଗୋପବନ୍ଧୁ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଖାଉଟି ବିଷୟକ ଅଧିକାରୀ ତଥା ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଡଃ. ବିଜୟା ନନ୍ଦ ସେଠୀ ମୁଖ୍ୟ ଅତିଥିଭାବେ ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସେଠୀ କ୍ରେତା ବିକ୍ରେତାଙ୍କ ସମନ୍ଵୟ ଶୋଷଣ ମୁକ୍ତ ସମାଜ ଗଠନରେ ସହାୟକ ହେବ ବୋଲି ବକ୍ତବ୍ୟ ଦେଇଥିଲେ । ଜିଲ୍ଲାରେ ଗୋଟିଏ ବର୍ଷ ଭିତରେ ଗୋଟିଏ ମଧ୍ୟ ଖାଉଟି ସଂକ୍ରାନ୍ତୀୟ ମାମଲା ତାଙ୍କର ଦୃଷ୍ଟିକୁ ଆସି ନଥିବାରୁ ଗ୍ରାହକ ସଚେତନତା ଓ ବିଭାଗର ସଚେତନତା ଉପରେ ବିଭାଗ ଅଧିକ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଆଖିଲ ଭାରତୀୟ ଗ୍ରାହକ ପଞ୍ଚାୟତ କେନ୍ଦ୍ରୀୟ କାର୍ୟ୍ୟକାରିଣୀ ସଦସ୍ୟ ରାଧାମାଧବ ବହିଦାର କହିଲେ ଦେଶରେ ବିକ୍ରେତାମାନେ ଖାଉଟିମାନଙ୍କୁ ଯେପରି ଲୁଟି ଚାଲିଛନ୍ତି ସେଥିରୁ ସେମାନଙ୍କ ଦେଶ ପ୍ରୀତି କିପରି ଜଣାପଡ଼ୁଛି । ‘ପରିବର୍ତ୍ତିତ ସ୍ଥାୟୀ ଜୀବନ ଶୈଳୀ ପାଇଁ ଆହ୍ଵାନ’ ଶୀର୍ଷକ ଆଲୋଚନାରେ ଆଜିର ବ୍ୟବସ୍ଥାରେ ପରିବର୍ତ୍ତନ ନଘଟିଲେ ଆମେ ଅମର ପରମ୍ପରା ସାମାଜିକ ସମ୍ପର୍କ ଜୀବନ ଶୈଳୀରେ ହେଉଥିବା ପରିବର୍ତ୍ତନକୁ ଗ୍ରହଣ କରି ଆମର ଭବିଷ୍ୟତ ପିଢୀକୁ ଧ୍ଵଂସ ଆଡ଼କୁ ନେଇ ଯାଉଛୁ ବୋଲି କହିଥିଲେ । ଆମେ ଯଦି ପରିବେଶ ଜମି ଜଳ ଜଙ୍ଗଲକୁ ସୁରକ୍ଷା ଦେଇ ବ୍ୟବସ୍ଥିତ କଲେ ସୁରକ୍ଷିତ ରହିବା ବୋଲି କହିଥିଲେ । ଗ୍ରାହକ ପଞ୍ଚାୟତ ଦେଶରେ ଅମର ଅଧିକାର ଇପରେ କାମ କରିଆସିଛି । ଗ୍ରାହକକୁ ରାଜା ବୋଳି ଅଭିହିତ କରି ତାର ବ୍ୟବସ୍ଥା କରିଛି । ସମ୍ମାନୀତ ଆତିଥି ଭାବରେ ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ହେଉଥିବା ଅନଲାଇନ ଠକାମୀ ବୃଦ୍ଧି ପାଉଥିବାରୁ ଚିନ୍ତା ବ୍ୟକ୍ତ କରି ଏଦିଗରେ ଅଧିକ ସଚେତନ ହୋଇ ଅଳ୍ପ ସମୟରେ ଅଧିକ ଲାଭ ଲୋଭ ମନୋବୃତ୍ତି ପରିହାର କରିବା ଉପରେ ମତ ଦେଇଥିଲେ । ଜିଲ୍ଲା ସୁଚନା ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ ଖାଉଟି ବିଷୟ ଉପରେ ନିଜ ବକ୍ତବ୍ୟ ରଖିଥିଲେ । ପ୍ରଥମେ କାର୍ୟ୍ୟକ୍ରମର ଉଦ୍ଦେଶ୍ୟ ଓ ତାତ୍ପର୍ୟ୍ୟ ଊପରେ ଉପନିୟନ୍ତ୍ରକ ବୈଧ ମାପ ବିଜ୍ଞାନ ରଞ୍ଜନ ରଶ୍ମୀ ପରିଡ଼ା ନିଜ ବକ୍ତବ୍ୟରେ କହିଥିଲେ । ବିଭାଗ ଦ୍ୱାରା ନେଇଥିବା ବିଭିନ୍ନ ବ୍ୟବସ୍ଥା ଉପରେ ସୂଚନା ଦେଉଥିଲେ । ଗ୍ରାହକର ଅଧିକାର କ’ଣ ଏଥିପାଇଁ ନେବାକୁ ଥିବା ବିଭିନ୍ନ ବିଷୟ ଉପରେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଶରତ କୁମାର ରାଉତ ବକ୍ତବ୍ୟ ଓ ଆଲୋଚନା ଉତ୍ତରରେ କହିଥିଲେ । ସଭାପତି ଶତପଥୀ ତାଙ୍କ ଅଭିଭାଷଣରେ ଗ୍ରହାକ ପଞ୍ଚାୟତ ସଚେତନତା ଡିଗରେ ବିଭିନ୍ନ ବିଷୟ ରଖିଥିଲେ । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ପରେ ଅତିଥି ମାନଂକୁ ଶ୍ରୀଫଳ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ଵାଗତ କରାଯାଇଥିଲା । ବରିଷ୍ଟ ସଦସ୍ୟ ଅଶୋକ ମିଶ୍ର ଗ୍ରହାକଗୀତ ଓ ଶେଷରେ ଶାନ୍ତି ପାଠ କରିଥିଲେ । କାର୍ଯ୍ୟକ୍ରମକୁ କସ୍ତୁରୀ ରଥ ପରିଚାଳନା କରିଥିବା ହେବାଲ ଶେଷରେ ରଞ୍ଜିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମର ସଫଳ ପାଇଁ ଉପସଭାପତି ମହେଶ୍ୱର ସହୁ, କୋଷାଧ୍ୟକ୍ଷ ନବକୃଷ୍ଣ ପଟେଲ, ରାଜ୍ୟ ମହିଳା ସଂଜୋଜିକା ସଂଯୁକ୍ତା ମିଶ୍ର, ସହ ସଂପାଦିକା ନିହାରିକା ମିଶ୍ର, କାର୍ଯ୍ୟକାରି ସଦସ୍ୟ ଦିବାକର ହୋତା ଓ ଅନ୍ୟାନ୍ୟ ସଭ୍ୟ ଓ ସଭ୍ୟା କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।