om academy

ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଶିକ୍ଷକ

jsm

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ଶୁଶାନ୍ତ ଚୋପଦାର ରାଜ୍ୟ ସ୍ତରରେ ଶ୍ରେଷ୍ଠ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଆଜି ମୁଖ୍ୟମନ୍ତ୍ରୀଙ୍କଠାରୁ ସମ୍ମାନିତ ହୋଇଛନ୍ତି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣୀ ସଭାରେ ଶ୍ରୀ ଚୋପଦାରଙ୍କୁ ସମ୍ମାନିତ କରାଯାଇଛି । ସେଭଳି କଳାହାଣ୍ଡି ଜିଲ୍ଲାର ଶ୍ରେଷ୍ଠ ବ୍ଲକ ଶିକ୍ଷା ଅଧିକାରୀ ଭାବେ ନର୍ଲା ବ୍ଲକ ଶିକ୍ଷା ଅଧିକାରୀ ତପିମଣୀ ଯାନୀ, ଶ୍ରେଷ୍ଠ ବ୍ଲକ କେସିଙ୍ଗା ବ୍ଲକ, ଜିଲ୍ଲାର ଶ୍ରେଷ୍ଠ ଓଡ଼ିଆ ଶିକ୍ଷକ ଭାବେ ମଥୁରା ରାଧାକୃଷ୍ଣ ସରକାରୀ ଉଚ୍ଚ ଵିଦ୍ୟାଳୟର ଶିକ୍ଷକ ଅନନ୍ତ ଥାଟି, କଲମପୁର ବ୍ଲକ ଧନପୁର ଅଚ୍ୟୁତାନନ୍ଦ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅନିଲ କୁମାର ମାଝୀ ଏବଂ ପର୍ଲା ଏପି ଦାସ ନୋଡାଲ ଉଚ୍ଚ ଵିଦ୍ୟାଳୟର ଶିକ୍ଷକ ନବ କୁମାର ସୁନାରି । ସେଭଳି ଇଂରାଜୀ ପାଇଁ କଲମପୁର ବ୍ଲକ ମଣ୍ଡଳ ବିଶ୍ୱନାଥ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବୀରେନ୍ଦ୍ର ଚୌହାନ, ଭବାନୀପାଟଣା ମାଣିକେଶ୍‌ଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟର ସରମିତା ସାଥି । ତୃତୀୟ ଭାଷା ପାଇଁ ଜୟପାଟଣା ବ୍ଲକ ହୀରାପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶ୍ରୀଦେବୀ ନାୟକ, ନର୍ଲା ଇନ୍ଦିରାଗାନ୍ଧୀ ଉଚ୍ଚ ବିଦ୍ୟାଳୟର ଦୈତାରୀ ପ୍ରଧାନ ଏବଂ ଭବାନୀପାଟଣା ମୁନିସିପାଲିଟି ଉଚ୍ଚ ବିଦ୍ୟାଳୟର ବିଜୟାଲକ୍ଷ୍ମୀ ତ୍ରିପାଠୀ । ଗଣିତ ଶିକ୍ଷକ ଭାବେ ମଦନପୁର ରାମପୁର ଡ଼ିଏମ୍‌ ଉଚ୍ଚ ବିଦ୍ୟାଳୟର ଜନ୍ମେଜୟ ସେନାପତି, ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗ ପଦର ଉନ୍ନୀତ ସରକାରୀ ଉଚ୍ଚ ଵିଦ୍ୟାଳୟର ପ୍ରଜ୍ଞା ପ୍ରିୟଦର୍ଶିନୀ ସତପଥି କରଲାମୁଣ୍ଡା ବ୍ଲକ ସାପଲହରା ଉନ୍ନୀତ ଉଚ୍ଚ ଵିଦ୍ୟାଳୟର ଗୀତାଞ୍ଜଳି ବାଗ । ଶ୍ରେଷ୍ଠ ସାଧାରଣ ବିଜ୍ଞାନ ଶିକ୍ଷକ ଭାବେ ଭବାନୀପାଟଣା ପୋଲିସ ଉଚ୍ଚ ଵିଦ୍ୟାଳୟର ରବୀନ୍ଦ୍ର କୁମାର ପଟ୍ଟନାୟକ, ଜୁନାଗଡ଼ ବ୍ଲକ ଚିଚେଇଗୁଡ଼ା ଉଚ୍ଚ ବିଦ୍ୟାଳୟର ଶକ୍ତି ପ୍ରସାଦ ମେହେର ଏବଂ କେସିଙ୍ଗା ବ୍ଲକ ନୁନ ମାଠ ଉଚ୍ଚ ବିଦ୍ୟାଳୟର କାଞ୍ଚନ ଲତା ଷଡ଼ଙ୍ଗୀ । ଶ୍ରେଷ୍ଠ ସାମାଜିକ ବିଜ୍ଞାନ ଶିକ୍ଷକ ଭାବେ କେସିଙ୍ଗା ଉଚ୍ଚ ବିଦ୍ୟାଳୟର ରଶ୍ମିତା ବେହେରା, ତୁର୍ଲା ଖମନ ଉଚ୍ଚବିଦ୍ୟାଳୟର ଧନଞ୍ଜୟ ଭୋଇ ଏବଂ ମଦନପୁର ରାମପୁର ଡ଼ିଏମ୍‌ ଉଚ୍ଚ ବିଦ୍ୟାଳୟର ବିଜୟ କୁମାରୀ ରଣା । ଶ୍ରେଷ୍ଠ କ୍ରୀଡ଼ାଶିକ୍ଷକ ଭାବେ କେସିଙ୍ଗା ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ନବୀନ କୁମାର ନାଏକ, ଭବାନୀପାଟଣା ଥୁଆପଦର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ତପନ କୁମାର ସାହୁ ଏବଂ ନର୍ଲା ରାକସି ଉନ୍ନୀତ ଉଚ୍ଚବିଦ୍ୟାଳୟର ଶଙ୍କର୍ଷଣ ଗୌଡ଼ ସମ୍ମାନିତ ହୋଇଛନ୍ତି । ଏହି ସମ୍ମାନରେ ସମ୍ମାନିତ ହେବାପରେ କଳାହାଣ୍ଡି ଜିଲ୍ଲାପାଇଁ ଗୌରବ ଆଣିଥିବା ଡିଇଓ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସାଧୁବାଦ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.