ସୁପ୍ରିମକୋର୍ଟ ରାୟକୁ ସେଙ୍ଗେଲ ପକ୍ଷରୁ ସ୍ୱାଗତ : ପୈତୃକ ସମ୍ପତ୍ତିରେ ଆଦିବାସୀ ମହିଳାଙ୍କ ସମାନ ଅଧିକାର

ବାରିପଦା, (ଦେବସ୍ମିତ ଚୌଧୁରୀ) : ସୁପ୍ରିମକୋର୍ଟର ରାୟକୁ ପ୍ରଶଂସା କରି ଆଦିବାସୀ ସେଙ୍ଗେଲ ଆଭିଯାନ ବାରିପଦା ଜୋନାଲ କମିଟିର ସଭାପତି ସହ ଅଲ୍ ଇଣ୍ଡିଆ ମାଝୀ-ପାର୍ଗାନା ମାଡୱା କମିଟିର ଓଡ଼ିଶା ପ୍ରଦେଶ ପାର୍ଗାନା ଶ୍ରୀ ନାରାନ ମୁର୍ମୁ ପ୍ରେସ ବିଜ୍ଞପ୍ତିରେ ଜଣାଉଛି ଯେ, ପୈତୃକ ସମ୍ପତ୍ତିରେ ଆଦିବାସୀ ମହିଳାଙ୍କର ସମାନ ହକଦାର ବୋଲି ଜୁଲାଇ ୧୭ରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ” ସେଙ୍ଗେଲ ଅଭିଯାନ ” ସ୍ୱାଗତ କରୁଛି । କାରଣ ଏହିପରି ସମାନତା ବ୍ୟବସ୍ଥା ଆଦିବାସୀ ସମାଜରେ ମଧ୍ୟ ପ୍ରଚଳିତ ଥିଲା ଏବଂ ଏବେବି ରହିଛି, ଯେ ଅବିବାହିତା ଆଦିବାସୀ ମହିଳାଙ୍କୁ ଜୀବନ ଥିବା ପର୍ଯ୍ୟନ୍ତ ପୈତୃକ ସମ୍ପତ୍ତିକୁ ଦିଆଯାଉଥିଲା, କିନ୍ତୁ ଖାତା-ଖତିଆନ୍ ଆଧାରରେ ନୁହେଁ । ତେବେ ବିବାହିତ ମହିଳାଙ୍କୁ ପୂର୍ବପୁରୁଷ ମାନଙ୍କର ସ୍ଥାବର-ସମ୍ପତ୍ତିରୁ କିଛିବି ଦିଆଯିବାର ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ନଥିଲା । ତେବେ ଏହା ଉପରେ ସ୍ପଷ୍ଟତା କରାଯାଉ । ପ୍ରକାଶ କରୁଅଛି ଯେ, ଆଦିବାସୀ ସମାଜରେ ଥିବା ସମ୍ବିଧାନ ବିରୋଧୀ ପରମ୍ପରା-ପ୍ରଥା ଯଥା ନିଶା ସେବନ, ଅନ୍ଧବିଶ୍ୱାସ, ମହିଳାଙ୍କୁ ଡାହାଣୀ ନାମରେ ହତ୍ୟା, ପ୍ରତାରଣା, ସାମାଜିକ ବାସନ୍ଦ, ମନଇଚ୍ଛା ଜରିମାନା, ରାଜତାନ୍ତ୍ରିକ ଆଦିବାସୀ ସ୍ୱଶାସନ ମାଝୀ-ପାର୍ଗାନା ବ୍ୟବସ୍ଥା ଇତ୍ୟାଦିରେ ଆଦିବାସୀ ମହିଳା, ପୁରୁଷ ମଧ୍ୟରେ ଅସମାନତା, ଲିଙ୍ଗ, ଜାତି ଭେଦଭାବକୁ ସମାପ୍ତ ଲାଗି ଆଦିବାସୀ ସମାଜରେ ସମ୍ବିଧାନ ଲାଗୁ କରାଯିବାକୁ ବାରମ୍ବାର ଆଦିବାସୀ ସେଙ୍ଗେଲ ଆଭିଯାନ ପକ୍ଷରୁ ଦାବି କରାଯାଉଥିବା ବେଳେ ସମାନତା ଅଧିକାରକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଆଦିବାସୀ ମହିଳାଙ୍କ ପାଇଁ ସମ୍ବିଧାନ ଲାଗୁ କରିବାକୁ ରାୟ ଦେଇଥିବାରୁ ସେଙ୍ଗେଲ ଅଭିଯାନ ସ୍ୱାଗତ ଜଣାଉଛି । ତେବେ ଏହା ବ୍ୟତୀତ ଆଦିବାସୀ ମାନଙ୍କର ଧାର୍ମିକ ସ୍ୱାଧୀନତା ସହିତ ଭାଷା, ସଂସ୍କୃତି, ରୋଜଗାର ଆଦିକୁ ବଞ୍ଚାଇବା ପାଇଁ ମଧ୍ୟ ସୁପ୍ରିମକୋର୍ଟ ତରଫରୁ ସମ୍ବିଧାନ ଲାଗୁ କରିବାର ରାୟ ପ୍ରକାଶ କଲେ ଆଦିବାସୀ ସମାଜ ବିକାଶ ପଥରେ ଆଗକୁ ବଢିପାରିଥାନ୍ତା ଏବଂ ଏବାବଦରେ ସରକାରଙ୍କୁ ଅବଗତ କରାଯିବ ବୋଲି ଉକ୍ତ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ କୁହାଯାଉଛି ।

jittmm
Leave A Reply

Your email address will not be published.