oom

ବାତ୍ୟା ଅପେକ୍ଷା ବିଜୁଳି ଘଡ଼ଘଡ଼ିରେ ଯାଉଛି ଅଧିକ ଜୀବନ : ଗତ ୫ ବର୍ଷରେ ଘଟିଛି ୧୭୦୦ ମୃତ୍ୟୁ

jsmm

ଭୁବନେଶ୍ଵର : ଓଡ଼ିଶାରେ ବାତ୍ୟା ଅପେକ୍ଷା ବିଜୁଳି ଘଡ଼ଘଡ଼ିରେ ଅଧିକ ଲୋକଙ୍କ ଜୀବନ ଯାଉଛି । କାରଣ ଠିକରେ କାମ କରୁନି ଆଲର୍ଟ ମେସେଜ । ନଷ୍ଟ ହୋଇଯାଇଛି ଲାଇଟେନିଂ ସାଇରନ୍ ମେସିନ । ଗତ୫ ବର୍ଷ ମଧ୍ୟରେ ପାଖାପାଖି ୧୭୦୦ ଲୋକଙ୍କର ବିଜୁଳି ଘଡ଼ଘଡ଼ିରେ ମୃତ୍ୟୁ ହୋଇଛି । ଏହାକୁ ରୋକିବା ବର୍ତ୍ତମାନ ଏକ ବଡ଼ ଚ୍ୟାଲେଞ୍ଜ । ଏଥିପାଇଁ ଚଳିତ ବର୍ଷ ପାଞ୍ଚ ଛଅ କୋଟି ଟଙ୍କା ଖର୍ଚ୍ଚ କରି ତାଳ ଗଛ ଲଗାଯିବବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ଠିକରେ କାମ କରୁନି ଲାଇଟେନିଂ ଆଲର୍ଟ ସିଷ୍ଟମ୍ । ବିଜୁଳି ଘଡ଼ଘଡ଼ିରେ ଅକାଳରେ ଯାଉଛି ଅନେକ ଲୋକଙ୍କ ଜୀବନ । ବିଜୁଳି ଘଡ଼ଘଡ଼ିରେ ଗତ ଶୁକ୍ରବାର ୧୪ ଜଣଙ୍କ ପ୍ରାଣ ଯାଇଛି । କାରଣ ଫେଲ୍ ମାରିଛି ଲାଇଟେନିଂ ଆଲର୍ଟ ସିଷ୍ଟମ।ପାଣିପାଗ ବିଭାଗର ନାଓକାଷ୍ଟ ଛଡ଼ା ଆଉ କୌଣସି ସିଷ୍ଟମ୍ କାମ କରୁନି । ବିଜୁଳି ଘଡ଼ଘଡ଼ି ଆଲର୍ଟ ପାଇଁ ମେସେଜ ସିଷ୍ଟମ୍ ମଧ୍ୟ ଆରମ୍ଭ ହୋଇଥିଲା । ହେଲେ ତାହା ବି କାମ କରୁନି । ସେହିପରି କାମ କରୁନି ୨୦୧୭ରେ ଆରମ୍ଭ ହୋଇଥିବା ଲାଇଟେନିଂ ଡିଟେକ୍ଟର ଓ ଲାଇଟନିଂ ସାଇରନ ମେସିନ । ଭୁବନେଶ୍ୱର, ଖୋର୍ଦ୍ଧା, ନବରଙ୍ଗପୁର, ମୟୁରଭଞ୍ଜ, କେନ୍ଦୁଝର, ଟାଙ୍ଗି ଆଦି ୧୫ଟି ସ୍ଥାନରେ ଆର୍ଥ ନେଟୱାର୍କ ଦ୍ୱାରା ଲାଇଟେନିଂ ସାଇରନ ଓ ୬ଟି ଲାଇଟେନିଂ ଡିଟେକ୍ଟର ମେସିନ ଲଗାଯାଇଥିଲା । ଏହି ପ୍ରକଳ୍ପ ମାଧ୍ୟମରେ ୧୫୦୦ ମେସିନ ବ୍ଲକ ସ୍ତରରେ ଲାଗିବାକୁ ଯୋଜନା ହୋଇଥିଲା । ହେଲେ ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ଭୁବନେଶ୍ୱର ଜଗମୋହନ ନଗରରେ ସାଇରନ ଓ ଡିଟେକ୍ଟର ମେସିନ ଲାଗିଥିବା ବେଳେ ତାହା ଅଚଳ ହୋଇପଡିଛି । ସାଇରନ ଦ୍ୱାରା ଲୋକେ ଜାଣିପାରୁଥିଲେ ବିଜୁଳି ଘଡ଼ଘଡ଼ି ଅଧଘଣ୍ଟା ମଧ୍ୟରେ ହେବ । ଆଉ ଏହା ପରେ ସେମାନେ ସଚେତନ ହେଉଥିଲେ । ଦେଶରେ ଓଡ଼ିଶାରେ ବିଜୁଳି ଓ ଘଡ଼ଘଡ଼ିରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହେଉଛି । ଗତ ପାଞ୍ଚ ବର୍ଷରେ ପାଖାପାଖି ୧୭୦୦ ଲୋକଙ୍କର ଏଥିରେ ଜୀବନ ଗଲାଣି ।

jittmm
Leave A Reply

Your email address will not be published.