ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜୀବନ ବୀମା ଅଭିକର୍ତ୍ତା ମହାସଂଗଠନ, ସମ୍ବଲପୁର ମଣ୍ଡଳ ପରିଷଦର ଦୁଇ ଦିନିଆ ୧୧ତମ ସାଧାରଣ ଅଧିବେଶନ ବଲାଙ୍ଗିର-ସମ୍ବଲପୁର ରୋଡ ସ୍ଥିତ ନଟରାଜ ପ୍ୟାଲେସ ଠାରେ ଆରମ୍ଭ ହୋଇଯାଇଛି । ଅଭିକର୍ତ୍ତା ମାନଙ୍କ ଏହି ମହା ସମ୍ମିଳନୀରେ ସମ୍ବଲପୁର ମଣ୍ଡଳ ଅନ୍ତର୍ଗତ ସମସ୍ତ ଶାଖାରୁ ଶତାଧିକ ଜୀବନବୀମା ଅଭିକର୍ତ୍ତା ଯୋଗଦାନ କରିଛନ୍ତି । ଉଦ୍ଘାଟନୀ ଦିବସରେ ବିଶିଷ୍ଟ ପଣ୍ଡିତ ବଂଶୀଧର ଦାନୀଙ୍କ ମନ୍ତ୍ରୋଚ୍ଚାରଣ ଓ ମା’ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ସହିତ ଦିବଂଗତ ମହାସଂଗଠନର ନେତୃବୃନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ମଣ୍ଡଳ ପରିଷଦ ସଭାପତି ଦାମୋଦର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ କେନ୍ଦ୍ରୀୟ ସଂପାଦକ ବି.ମର୍କଣ୍ଡେୟୁଲୁ, ରାଜନୈତିକ ବ୍ୟାପାର କମିଟି ଓ ସାଂଗଠନିକ ଅଧ୍ୟକ୍ଷ ଏନ୍.ଗଜପତି ରାଓ, ଜୀବନ ବୀମା ନିଗମ ସମ୍ବଲପୁର ମଣ୍ଡଳ ବରିଷ୍ଠ ପ୍ରବନ୍ଧକ ରବି ନାରାୟଣ ପୁଝାରୀ, ଶିକ୍ଷା ବିଭାଗ ଅଧ୍ୟକ୍ଷ ରବି ନାରାୟଣ ମିଶ୍ର, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ରାଜ ନାରାୟଣ ଦେଓ, କ୍ଷେତ୍ରୀୟ ସଭାପତି ରାକେଶ ନନ୍ଦକେଓଲିଆର, କ୍ଷେତ୍ରୀୟ ସଂପାଦକ ସରୋଜ କୁମାର ଶଙ୍କୁଆ, କ୍ଷେତ୍ରୀୟ ସାଂଗଠାନିକ ସଂପାଦକ ପ୍ରତାପ ଚନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ଯୁବଜାନି ବେଜ, କାର୍ଯ୍ୟକାରୀ ସଭାପତି ଇଂ.ଅଜିତ କର, ସଂପାଦକ ଅନିରୁଦ୍ଧ ସାମଲ ତଥା ମଣ୍ଡଳ ସ୍ତରୀୟ ପ୍ରମୁଖ ନେତୃବୃନ୍ଦ ମଂଚାସୀନ ଥିବା ବେଳେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦାନ କରିଥିଲେ । ବରିଷ୍ଠ ମହିଳା ଅଭିକର୍ତ୍ତା କଳ୍ପନା ମେହେର ଓ ଆରତି କୁମାରଙ୍କ ସଂଯୋଜନାରେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଅସୀମ ପଟ୍ଟନାୟକଙ୍କ ସ୍ୱାଗତ ଅଭିଭାଷଣ ଦେବା ପରେ ସାଂଗଠନିକ ନେତୃବୃନ୍ଦ ଜୀବନ ବୀମା ଅଭିକର୍ତ୍ତା ମାନଙ୍କ ବହୁବିଧ ସମସ୍ୟା ଓ ବୃତ୍ତିଗତ ସୁରକ୍ଷା ଉପରେ ବ୍ୟାପକ ବିଚାର ବିମର୍ଷ କରିଥିଲେ ଓ ମହାସଂଗଠନର ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ଅଭିକର୍ତ୍ତା ଦେବାନନ୍ଦ ଦାସ, ବିଶିଷ୍ଟ କଣ୍ଠଶିଳ୍ପୀ ବିଜେ୍ଞସି ବାରିକ ଓ ଶିବାନୀ ମହାପାତ୍ର ପ୍ରମୁଖ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଦ୍ୱିତୀୟ ଦିବସରେ ମଣ୍ଡଳ ପରିଷଦର ସାଂଗଠନିକ ନିର୍ବାଚନ ଅନୁଷ୍ଠିତ ହେବ ଓ ସମ୍ବଲପୁର-୧, ସମ୍ବଲପୁର-୨, ରାଉରକେଲା, ଉଦିତ ନଗର, ପାନପୋଷ, କୁଚିଣ୍ଡା, ସୁନ୍ଦରଗଡ, ବୁର୍ଲା, ଟିଟିଲାଗଡ, ପଦମପୁର ଶାଖାର କାର୍ଯ୍ୟକର୍ତ୍ତା ବୃନ୍ଦ ଏହି ନିର୍ବାଚନରେ ଅଂଶଗ୍ରହଣ କରି ଆଗାମୀ ତିନି ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚିତ କରିବେ ବୋଲି ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ସମସ୍ତ କାର୍ଯ୍ୟକ୍ରମକୁ ବଲାଙ୍ଗିର ଶାଖାର କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପାଣିଗ୍ରାହୀ, ଉପସଭାପତି ପ୍ରତାପ ସାହୁ, ଡମ୍ବରୁଧର ମେହେର, କହ୍ନାଇଲାଲ ମେହେର, ଗୋଲେକ ବିହାରୀ ସାହୁ, ସଂପାଦକ ସରୋଜ କୁମାର ଭୋଇ, ଯୁଗ୍ମ ସଂପାଦକ ପ୍ରଭୁଦତ୍ତ ଦାଶ, ପୁରନ୍ଦର ମିଶ୍ର, ସଂଜୀବ କୁମାର ମିଶ୍ର, ସଂଯୋଜକ କୃତ୍ତିବାସ କର୍ମୀ ଓ କୋଷାଧ୍ୟକ୍ଷ ସାଧୁରାମ ପୃଷ୍ଟିଙ୍କ ନେତୃତ୍ୱରେ ଶତାଧିକ ଅଭିକର୍ତ୍ତା ଆୟୋଜନରେ ସହଯୋଗ କରୁଛନ୍ତି ।
Prev Post
Next Post