ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଆଜି ସର୍ବଭାରତୀୟ କେନ୍ଦ୍ର ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘର ତୃତୀୟ ଦ୍ଵିବାର୍ଷିକ ଅଧିବେଶନ ସଭାପତି ବିଜୟ କୁମାର ପୁରୋହିତଙ୍କ ସଭାପତିତ୍ୱରେ ସ୍ଥାନୀୟ ଶବରୀ ନାରାୟଣ ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଶ୍ରୀ ସାଇନାଥ ଯୋଗଦେଇ ଅଷ୍ଟମ ବେତନ ବିଷୟରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ନିମାଇଁ ଚରଣ ସାହୁ ଓ ଶ୍ରୀ ପୁରୁଷୋତ୍ତମ ଦାସ ଅବସର ପରେ କର୍ମଚାରୀଙ୍କ ଚାଳିଚଳନ ତଥା ଦୈନନ୍ଦିନ ଯୋଗାଭ୍ୟାସ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଅଭିମନ୍ୟୁ ନାୟକ ଅଷ୍ଟମ ବେତନ କମିଶନ ସୁପାରିଶ ନିଷ୍ପତ୍ତିର ଅସଙ୍ଗତ ଥିବା ତଥ୍ୟ ଉପରେ ଆଲୋଚନା କରିଥିଲେ । ସଂପାଦକ ବୃଷଭ ସା ବାର୍ଷିକ ବିବରଣୀ ଓ କୋଷାଧ୍ୟକ୍ଷ ରାହାସ ବିହାରି ଭୋଇ ଆୟବ୍ୟୟ ର ଅଟକଳ ପାଠ କରିଥିଲେ । ପଞ୍ଚସ୍ତରୀ ବର୍ଷରୁ ଅଧିକ ବୟସ୍କ ଅବସର କର୍ମଚାରୀ ମାନଙ୍କୁ ଉପଢୌକନ ଓ ଫୁଲଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ମଧୁ ମିର୍ଦ୍ଧା ଧନ୍ୟବାଦ ଅର୍ପଣ କରିଥିଲେ । ଅଶୋକ କୁମାର ବାରିକ ସଭା ପରିଚାଳନା କରିଥିଲେ । ସଂଘର ସମସ୍ତ କର୍ମକର୍ତ୍ତା ତଥା ସହଯୋଗୀ ବନ୍ଧୁମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ ।